ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ : ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ମୃତ ଅଧ୍ୟାପିକା ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ। ସେ କଟକ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ। ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ବାସିନ୍ଧା ହୋଇଥିବା ସୂଚନା ମିଳିଛି । କଟକ ସିଡିଏ ସେକ୍ଟର ୯ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ । […]

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ
Law Professor found dead in rented house in Cuttack

କଟକ : ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ମୃତ ଅଧ୍ୟାପିକା ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ। ସେ କଟକ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ। ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ବାସିନ୍ଧା ହୋଇଥିବା ସୂଚନା ମିଳିଛି ।

କଟକ ସିଡିଏ ସେକ୍ଟର ୯ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ । ଆଜି ସକାଳୁ ଅନେକ ଡେରି ପର୍ଯ୍ୟନ୍ତ ଅନନ୍ୟାଙ୍କ କବାଟ ନ ଖୋଲିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲିବା ବେଳେ ଘରେ ଅଧ୍ୟାପିକାଙ୍କ ମୃତ ଦେହ ଦେଖିବାକୁ ପାଇଥିଲା । ତେବେ ଅଧ୍ୟାପିକା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଏସସିବି ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।