ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ସନ୍ୟାସ ନେଲେ ଅଷ୍ଟ୍ରେଲିଆ କିମ୍ବଦନ୍ତୀ

ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟେଷ୍ଟ ମ୍ୟାଚର ବର୍ଡର ଗାଭାସ୍କର ୨୦୨୪-୨୫ ଟ୍ରଫି ଖେଳାଯିବ। ଅଷ୍ଟ୍ରେଲିଆ ମାଟିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେବ। ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ତାରକା ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୱେଡ ଗତ ତିନି ବର୍ଷ ଧରି ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଦଳରେ ସ୍ଥାନ ପାଇନଥିଲେ। ସେ ଶେଷ ଥର ପାଇଁ […] The post ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ସନ୍ୟାସ ନେଲେ ଅଷ୍ଟ୍ରେଲିଆ କିମ୍ବଦନ୍ତୀ appeared first on Dharitri Odia News.

ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ସନ୍ୟାସ ନେଲେ ଅଷ୍ଟ୍ରେଲିଆ କିମ୍ବଦନ୍ତୀ

ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟେଷ୍ଟ ମ୍ୟାଚର ବର୍ଡର ଗାଭାସ୍କର ୨୦୨୪-୨୫ ଟ୍ରଫି ଖେଳାଯିବ। ଅଷ୍ଟ୍ରେଲିଆ ମାଟିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେବ। ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ତାରକା ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୱେଡ ଗତ ତିନି ବର୍ଷ ଧରି ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଦଳରେ ସ୍ଥାନ ପାଇନଥିଲେ। ସେ ଶେଷ ଥର ପାଇଁ ୨୦୨୧ରେ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ ଏବଂ ଦିନିକିଆ ଖେଳିଥିଲେ।
ୱେଡ ମଧ୍ୟ ଟି -୨୦ ବିଶ୍ୱକପ ୨୦୨୪ରେ ଅଷ୍ଟ୍ରେଲିଆ ଦଳର ଏକ ଅଂଶ ଥିଲେ। ସେ ଭାରତ ବିପକ୍ଷ ଟି -୨୦ ବିଶ୍ୱକପରେ ଶେଷ ମ୍ୟାଚ ଖେଳିଥିଲେ, ଯାହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ବୋଲି ପ୍ରମାଣିତ ହୋଇଥିଲା।

The post ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ସନ୍ୟାସ ନେଲେ ଅଷ୍ଟ୍ରେଲିଆ କିମ୍ବଦନ୍ତୀ appeared first on Dharitri Odia News.