ବଲାଙ୍ଗୀରରେ ହିଟ୍‌ ଆଣ୍ଡ୍‌ ରନ୍ ମାମଲା, ବାଇକକୁ ଧକ୍କା ଦେଇ ୬ ଜଣକ ଉପରକୁ ମାଡ଼ିଗଲା ବୋଲେରୋ

ବଲାଙ୍ଗୀର: ବଲାଙ୍ଗୀରରେ ହିଟ୍‌ ଆଣ୍ଡ୍‌ ରନ୍ ମାମଲା। ବାଇକ ଚାଳକକୁ ଘୋଷାଡ଼ି ନେଲା ବୋଲେରୋ ଗାଡ଼ି। ବାଇକ ଚାଳକଙ୍କ ସହ ୬ ଜଣଙ୍କୁ ଧକ୍କା ଦେଲା ବୋଲେରୋ। ଘଟଣା ଘଟିଛି ବଲାଙ୍ଗୀର ୫୭ ନମ୍ବର ଜାତୟ ରାଜପଥର ସୁନ୍ଦପଡ଼ା କଲ୍ୟାଣମଣ୍ଡପ ସାମ୍ନାରେ। ତେବେ ୩ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ବୋଲେରୋ ଡ୍ରାଇଭର ଫେରାର ମାରିଛି I ସେପଟେ ଘଟଣା ପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନଏଚ ବିଭାଗ ଓ ପୋଲିସ ଅବହେଳା ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି। 

ବଲାଙ୍ଗୀରରେ ହିଟ୍‌ ଆଣ୍ଡ୍‌ ରନ୍ ମାମଲା, ବାଇକକୁ ଧକ୍କା ଦେଇ ୬ ଜଣକ ଉପରକୁ ମାଡ଼ିଗଲା ବୋଲେରୋ

ବଲାଙ୍ଗୀର: ବଲାଙ୍ଗୀରରେ ହିଟ୍‌ ଆଣ୍ଡ୍‌ ରନ୍ ମାମଲା। ବାଇକ ଚାଳକକୁ ଘୋଷାଡ଼ି ନେଲା ବୋଲେରୋ ଗାଡ଼ି। ବାଇକ ଚାଳକଙ୍କ ସହ ୬ ଜଣଙ୍କୁ ଧକ୍କା ଦେଲା ବୋଲେରୋ। ଘଟଣା ଘଟିଛି ବଲାଙ୍ଗୀର ୫୭ ନମ୍ବର ଜାତୟ ରାଜପଥର ସୁନ୍ଦପଡ଼ା କଲ୍ୟାଣମଣ୍ଡପ ସାମ୍ନାରେ। 

ତେବେ ୩ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ବୋଲେରୋ ଡ୍ରାଇଭର ଫେରାର ମାରିଛି I 

ସେପଟେ ଘଟଣା ପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନଏଚ ବିଭାଗ ଓ ପୋଲିସ ଅବହେଳା ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି।