ବଲ୍ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ,୧୪।୫: ଆଇପିଏଲ୍ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି। ଅନେକ ଲୋକ ଟିଭିରେ ଟୁର୍ନାମେଣ୍ଟ ମ୍ୟାଚ ଦେଖିଥିବାବେଳେ କିଛି ଲୋକ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏଥିରେ ଜଣେ ପ୍ରଶଂସକ ବଲ ଚୋରି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡିଓରେ […] The post ବଲ୍ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୫: ଆଇପିଏଲ୍ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି। ଅନେକ ଲୋକ ଟିଭିରେ ଟୁର୍ନାମେଣ୍ଟ ମ୍ୟାଚ ଦେଖିଥିବାବେଳେ କିଛି ଲୋକ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏଥିରେ ଜଣେ ପ୍ରଶଂସକ ବଲ ଚୋରି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳେ, କୋଲକାତା ନାଇଟ ରାଇଡର୍ସ ଜର୍ସି ପିନ୍ଧିଥିବା ଜଣେ ପ୍ରଶଂସକ ଷ୍ଟାଡିୟମ ଭିତରେ ଥିବା ବଲ ଚୋରି କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପୋଲିସ ଏହି କାର୍ଯ୍ୟ କରିବା ସମୟରେ ପ୍ରଶଂସକଙ୍କୁ ଧରିଥିଲା। ଏହାକୁ ଧରିବା ପରେ ପୋଲିସ ପ୍ରଶଂସକଙ୍କ ପ୍ୟାଣ୍ଟରୁ ବଲ ବାହାର କରି ଖେଳ ପାଇଁ ପଡ଼ିଆକୁ ଫିଙ୍ଗି ଦେଇଥିଲା। କୋଲକାତା ନାଇଟ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହି ଘଟଣା ଘଟିଥିଲା।
A fan tried to steal the match ball, but got caught.
pic.twitter.com/99bmVET9tM
— Mufaddal Vohra (@mufaddal_vohra) May 14, 2024
The post ବଲ୍ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍ appeared first on Dharitri Odia News.
