ବାଂଲାଦେଶ ସଂକଟ: ଶେଖ ହସିନା ସ୍ୱଳ୍ପ ସମୟ ପାଇଁ ଭାରତ ଆସିବାକୁ ଅନୁରୋଧ କରିଥିଲେ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହ, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭରାତ ଆଗମନ ସମ୍ପର୍କରେ ଆଜି ସଂସଦରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ମଙ୍ଗଳବାର ରାଜ୍ୟସଭାରେ ତଥ୍ୟ ରଖି କହିଛନ୍ତି ଯେ ଶେଖ୍ ହସିନା ସ୍ୱଳ୍ପ ସମୟ ପାଇଁ ଭାରତ ଆସିବାକୁ ଅନୁମତି ମାଗିଥିଲେ। ଏଥିପାଇଁ ତାଙ୍କୁ ଅନୁରୋଧକୁ ଅନୁମୋଦନ ଦିଆଯାଇଥିଲା। ଜୟ ଶଙ୍କର କହିଛନ୍ତି “ଆମ ପାଖରେ ଥିବା ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ଶେଖ ହସିନା ସୁରକ୍ଷା ପ୍ରତିଷ୍ଠାନର ନେତାଙ୍କ ସହ ଆଲୋଚନା ପରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱଳ୍ପ ସମୟ ପାଇଁ ସେ ଭାରତ ଆସିବାକୁ ଅନୁମତି ମାଗିଥିଲେ। ସେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ।” ବାଂଲାଦେଶର ଏଭଳି ସଂକଟ ଦେଖା ଦେବା ପରେ ଭାରତ ସରକାର ସର୍ବଦଳୀୟ ବୈଠକ ଡକାଥିଲେ। ବୈଠକ ପରେ ଜୟଶଙ୍କର ରାଜ୍ଯ ସରକାରଙ୍କୁ ଏହି ସୂଚନା ଦେଇଛନ୍ତି। ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଶେଖ ହସିନା ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିବା ପୂର୍ବରୁ ଆମକୁ ବାଂଲାଦେଶ କର୍ତ୍ତୃପକ୍ଷଙ୍କଠାରୁ ବିମାନ କ୍ଲିୟରାନ୍ସ ଅନୁରୋଧ କରାଯାଇଥିଲା।ସେହିପରି ବାଂଲାଦେଶରେ ଭାରତୀୟଙ୍କ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ବୈଦେଶକି ମନ୍ତ୍ରୀ ଜୟଶଙ୍କର। ଭାରତ କୂଟନୈତିକ ସ୍ଥରରେ ବଂଲାଦେଶରେ ରହୁଥିବା ଭାରତୀୟଙ୍କ ଯୋଗାଯୋଗରେ ରହିଛି। ଅତି ନିକଟରୁ ସ୍ଥିତି ପରଖୁଛି। ମନ୍ତ୍ରୀ କହିଛନ୍ତି “ବାଂଲା

ବାଂଲାଦେଶ ସଂକଟ: ଶେଖ ହସିନା ସ୍ୱଳ୍ପ ସମୟ ପାଇଁ ଭାରତ ଆସିବାକୁ ଅନୁରୋଧ କରିଥିଲେ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହ, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭରାତ ଆଗମନ ସମ୍ପର୍କରେ ଆଜି ସଂସଦରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ମଙ୍ଗଳବାର ରାଜ୍ୟସଭାରେ ତଥ୍ୟ ରଖି କହିଛନ୍ତି ଯେ ଶେଖ୍ ହସିନା ସ୍ୱଳ୍ପ ସମୟ ପାଇଁ ଭାରତ ଆସିବାକୁ ଅନୁମତି ମାଗିଥିଲେ। ଏଥିପାଇଁ ତାଙ୍କୁ ଅନୁରୋଧକୁ ଅନୁମୋଦନ ଦିଆଯାଇଥିଲା। 

ଜୟ ଶଙ୍କର କହିଛନ୍ତି “ଆମ ପାଖରେ ଥିବା ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ଶେଖ ହସିନା ସୁରକ୍ଷା ପ୍ରତିଷ୍ଠାନର ନେତାଙ୍କ ସହ ଆଲୋଚନା ପରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱଳ୍ପ ସମୟ ପାଇଁ ସେ ଭାରତ ଆସିବାକୁ ଅନୁମତି ମାଗିଥିଲେ। ସେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ।” ବାଂଲାଦେଶର ଏଭଳି ସଂକଟ ଦେଖା ଦେବା ପରେ ଭାରତ ସରକାର ସର୍ବଦଳୀୟ ବୈଠକ ଡକାଥିଲେ। ବୈଠକ ପରେ ଜୟଶଙ୍କର ରାଜ୍ଯ ସରକାରଙ୍କୁ ଏହି ସୂଚନା ଦେଇଛନ୍ତି। ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଶେଖ ହସିନା ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିବା ପୂର୍ବରୁ ଆମକୁ ବାଂଲାଦେଶ କର୍ତ୍ତୃପକ୍ଷଙ୍କଠାରୁ ବିମାନ କ୍ଲିୟରାନ୍ସ ଅନୁରୋଧ କରାଯାଇଥିଲା।

ସେହିପରି ବାଂଲାଦେଶରେ ଭାରତୀୟଙ୍କ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ବୈଦେଶକି ମନ୍ତ୍ରୀ ଜୟଶଙ୍କର। ଭାରତ କୂଟନୈତିକ ସ୍ଥରରେ ବଂଲାଦେଶରେ ରହୁଥିବା ଭାରତୀୟଙ୍କ ଯୋଗାଯୋଗରେ ରହିଛି। ଅତି ନିକଟରୁ ସ୍ଥିତି ପରଖୁଛି। ମନ୍ତ୍ରୀ କହିଛନ୍ତି “ବାଂଲାଦେଶରେ ୧୯ ହଜାର ଭାରତୀୟ ଥିବା ବେଳେ ସେଥିମଧ୍ୟରୁ ୯୦୦୦ ହଜାର ଛାତ୍ରଛାତ୍ରୀ ଅଛନ୍ତି। ତେବେ ସେଥିମଧ୍ୟରୁ ଅଧିକାଂସ ଛାତ୍ରଛାତ୍ରୀ ଜୁଲାଇ ମାସରେ ଫେରି ଆସିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପରିସ୍ଥିତି ଉପରେ ମଧ୍ୟ ଆମେ ନଜର ରଖିଛୁ।”

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନର ଶିକାର ହୋଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣକୁ ବିରୋଧ କରିଥିଲେ ବାଂଲାଦେଶ ନାଗରିକ। ଏହାପରେ ଶେଖ ହସିନାଙ୍କ ରାଜାକାର ଶବ୍ଦ ଆନ୍ଦୋଳନ ନିଆଁକୁ ଆହୁରି ଜଳାଇଥିଲେ। ଶେଷରେ ବାଂଲାଦେଶ ସେନା ବିଦ୍ରୋହ କରି ଶେଖ ହସିନାଙ୍କୁ ଦେଶରୁ ତଡ଼ି ଦେଇଛନ୍ତି। ଶେଖ ହସିନ ଢାକା ଛାଡି ଦିଲ୍ଲୀ ଚାଲି ଆସିଛନ୍ତି।