ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ନେବ STF, କେଉଁ ଦଲାଲ ବର୍ଡର ପାସ୍ କରାଉଥିଲା ଧରିବାକୁ କରିବ ଉଦ୍ୟମ

ଭୁବନେଶ୍ୱର ୧୦।୩: ରାଜଧାନୀରୁ ଗିରଫ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ୍‌ ଫୋର୍ସ ।ଏମାନଙ୍କୁ କେଉଁ ଦଲାଲ ଭାରତ ବର୍ଡର ପାସ୍ କରାଉଥିଲା ତାକୁ ଧରିବାକୁ ଉଦ୍ୟମ କରିବ ଏସ୍‌ଟିଏଫ୍ । ଭୁବନେଶ୍ୱର ରେଳ ଷ୍ଟେସନରୁ ରବିବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୧୦ ବାଂଲାଦେଶୀ  ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୬ ପୁରୁଷ,  ୩ ମହିଳା ଓ ଜଣେ ନାବାଳକ ଅଛନ୍ତି । ଆସାମ ଧୁବୁରୀ ସୀମା ଦେଇ  ସେମାନେ ଟ୍ରେନ୍‌ରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କୁ ଗିରଫ କରିଥିଲା ।  ଉଲ୍ଲେଖଯୋଗ୍ୟ ଯେ, ଏହି ୧୦ ଜଣ ବାଂଲାଦେଶରୁ ଦଲାଲଙ୍କ ଜରିଆରେ ଆସାମ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ । ଆସାମରୁ ଟ୍ରେନ୍‌ ଯୋଗେ ଆସି ରବିବାର ସକାଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇଥିଲେ । ଏସ୍‌ଟିଏଫ୍‌ର ଏକ ଟିମ୍‌ ରେଳଷ୍ଟେସନରୁ ସେମାନଙ୍କୁ ଧରିଥିଲା । ସେମାନେ କୌଣସି ପାସ୍‌ପୋର୍ଟ, ଭିସା କିମ୍ବା  ବୈଧ କାଗଜପତ୍ର ଦେଖାଇ  ପାରିନଥିଲେ । ସେମାନେ  ହେଲେ ବାଂଲାଦେଶ   ଭାଲୁକା ଥାନା ଗଙ୍ଘାଟିଆର ଏମ୍‌ଡି. ହାସିମ୍‌, ବାଗେରହାଟର ସୋଜିବ ଖାନ୍‌ ଓରଫ ଏମ୍‌ଡି ସୋଜିବ, ମୋରେଲଗଞ୍ଜର ଆଲାମ ଶାଇକା, ବାଗେରହାଟର ଏମ୍‌ଡି. ଆଜିମ, ଅଲତାଫ ଓରଫ ଦିଲାର ଶେକ୍‌, ଏମ୍‌ଡି. ସୋହା ତାଲୁକଦାର, କରିମା ବେଗମ, ମୋନିରା  ବେଗମ, ସା

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ନେବ STF, କେଉଁ ଦଲାଲ ବର୍ଡର ପାସ୍ କରାଉଥିଲା ଧରିବାକୁ କରିବ ଉଦ୍ୟମ

ଭୁବନେଶ୍ୱର ୧୦।୩: ରାଜଧାନୀରୁ ଗିରଫ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ୍‌ ଫୋର୍ସ ।ଏମାନଙ୍କୁ କେଉଁ ଦଲାଲ ଭାରତ ବର୍ଡର ପାସ୍ କରାଉଥିଲା ତାକୁ ଧରିବାକୁ ଉଦ୍ୟମ କରିବ ଏସ୍‌ଟିଏଫ୍ । ଭୁବନେଶ୍ୱର ରେଳ ଷ୍ଟେସନରୁ ରବିବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୧୦ ବାଂଲାଦେଶୀ  ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୬ ପୁରୁଷ,  ୩ ମହିଳା ଓ ଜଣେ ନାବାଳକ ଅଛନ୍ତି । ଆସାମ ଧୁବୁରୀ ସୀମା ଦେଇ  ସେମାନେ ଟ୍ରେନ୍‌ରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କୁ ଗିରଫ କରିଥିଲା ।  

ଉଲ୍ଲେଖଯୋଗ୍ୟ ଯେ, ଏହି ୧୦ ଜଣ ବାଂଲାଦେଶରୁ ଦଲାଲଙ୍କ ଜରିଆରେ ଆସାମ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ । ଆସାମରୁ ଟ୍ରେନ୍‌ ଯୋଗେ ଆସି ରବିବାର ସକାଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇଥିଲେ । ଏସ୍‌ଟିଏଫ୍‌ର ଏକ ଟିମ୍‌ ରେଳଷ୍ଟେସନରୁ ସେମାନଙ୍କୁ ଧରିଥିଲା । ସେମାନେ କୌଣସି ପାସ୍‌ପୋର୍ଟ, ଭିସା କିମ୍ବା  ବୈଧ କାଗଜପତ୍ର ଦେଖାଇ  ପାରିନଥିଲେ । ସେମାନେ  ହେଲେ ବାଂଲାଦେଶ   ଭାଲୁକା ଥାନା ଗଙ୍ଘାଟିଆର ଏମ୍‌ଡି. ହାସିମ୍‌, ବାଗେରହାଟର ସୋଜିବ ଖାନ୍‌ ଓରଫ ଏମ୍‌ଡି ସୋଜିବ, ମୋରେଲଗଞ୍ଜର ଆଲାମ ଶାଇକା, ବାଗେରହାଟର ଏମ୍‌ଡି. ଆଜିମ, ଅଲତାଫ ଓରଫ ଦିଲାର ଶେକ୍‌, ଏମ୍‌ଡି. ସୋହା ତାଲୁକଦାର, କରିମା ବେଗମ, ମୋନିରା  ବେଗମ, ସାହାନା ବେଗମ୍‌ ଓ ଜଣେ ୧୪ ବର୍ଷର ନାବାଳକ ।   ସେମାନଙ୍କ ଠାରୁ ୭ଟି ମୋବାଇଲ ଫୋନ୍‌, କିଛି ବାଂଲାଦେଶୀ ମୁଦ୍ରା ଓ  କିଛି ଭାରତୀୟ ମୁଦ୍ରା ଜବତ ହୋଇଥିଲା । କେଉଁ ଦଲାଲ ସହାୟତାରେ  ଭାରତରେ ପ୍ରବେଶ କରିଥିଲେ, ସେ ନେଇ ମୁହଁ ଖୋଲି ନଥିଲେ । ବେଆଇନ ଅନୁପ୍ରବେଶ ଅଭିଯୋଗରେ ଏସ୍‌ଟିଏଫ୍‌ ୬ ପୁରୁଷ ଓ ୩ ମହିଳାଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା । ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । 

ଭୁବନେଶ୍ୱରରୁ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ  ହେବା ପରେ ଏସ୍‌ଟିଏଫ୍‌ ଏହାକୁ ଗୁରୁତ୍ୱର ସହ ନେଇଛି । ଦଲାଲଙ୍କ  ଜରିଆରେ ଏପରି କେତେ ବାଂଲାଦେଶୀ ଓଡ଼ିଶାରେ ଅନୁପ୍ରବେଶ କରିଛନ୍ତି ସେ ନେଇ ଖୋଳତାଡ ଆରମ୍ଭ କରିଛି ଏସ୍‌ଟିଏଫ୍‌ । ଖସି ଯାଇଥିବା ଦଲାଲକୁ  ଗିରଫ କରିବା ପାଇଁ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଗିରଫ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ।

You Can Read:

ରାସ୍ତାରେ ଜଳିଗଲା ପିକ୍‌ଅପ୍ ଭ୍ୟାନ୍, ଅଳ୍ପକେ ବର୍ତ୍ତିଗଲେ ଡ଼୍ରାଇଭର