ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩) ଶନିବାର ମଧ୍ୟାହ୍ନରେ ଏକ ବାଇକ୍‌ (ନଂ.ଓ ଆର ୦୭ ଓ୍ବାଇ -୩୮୫୯)କୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ କାଣ୍ଡେଶ୍ୱର ଗାଁର ସୀମାଞ୍ଚଳ ରେଡ୍ଡୀ ଏବଂ କୁନ୍ତି ଗୌଡ଼। ଦୁର୍ଘଟଣା ପରେ ଗୁରୁତର ଦ୍ବୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ […] The post ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର appeared first on Dharitri Odia News.

ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩) ଶନିବାର ମଧ୍ୟାହ୍ନରେ ଏକ ବାଇକ୍‌ (ନଂ.ଓ ଆର ୦୭ ଓ୍ବାଇ -୩୮୫୯)କୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ କାଣ୍ଡେଶ୍ୱର ଗାଁର ସୀମାଞ୍ଚଳ ରେଡ୍ଡୀ ଏବଂ କୁନ୍ତି ଗୌଡ଼। ଦୁର୍ଘଟଣା ପରେ ଗୁରୁତର ଦ୍ବୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ୨ଟିକୁ ଜବତ କରି ମୋକଦ୍ଦମା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ୨ଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁ ଶ୍ମଶାନରେ ସେମାନଙ୍କ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଛି।

ସକାଳେ ମା ’ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଯାତ୍ରୀବାହୀ ଅଟୋରେ କିଛି ଶ୍ରଦ୍ଧାଳୁ ବ୍ରହ୍ମପୁର ଫେରୁଥିବା ବେଳେ ଚାଷଜମିରେ ମୋଟର ଯୋଗେ ପାଣି ମଡାଇବାକୁ ସୀମାଞ୍ଚଳ ଓ ତାଙ୍କ ଗାଁର କୁନ୍ତିି ବାଇକ୍‌ ଯୋଗେ ଯାଉଥିବା ବେଳେ ଦ୍ରୁତିଗତିରେ ଆସୁଥିବା ଅଟୋଟି ବାଇକ୍‌କୁ ଧକ୍କା ଦେଇଥିଲା। ଉଭୟେ ବାଇକ୍‌ ସହ ରାସ୍ତାରେ କଚାଡ଼ି ହୋଇପଡ଼ିଥିଲେ। ଆଖପାଖରେ ଥିବା କେତେକ ଗ୍ରାମବାସୀ ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

The post ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର appeared first on Dharitri Odia News.