ବାତ ବ୍ୟାଧିର ଉପଚାର
ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍), ଆମବାତ (ରୁମାଟଏଡ୍ ଆଥର୍ରାଇଟିସ୍), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍), ଅପସ୍ମାର (ଇପିଲେପ୍ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍), ଗ୍ରୀବାଗ୍ରହ (ସର୍ଭାଇକାଲ ସ୍ପଣ୍ଡିଲିସିସ୍), ଗୃଧ୍ରସୀ (ସାଇଟିକା), ହନୁଗ୍ରହ (ଫେସିଆଲ୍ ପାରାଲିସିସ୍) ଆଦି ରୋଗ ହେବାର ଦେଖାଯାଇଥାଏ। ବାତ ବ୍ୟାଧି ରୋଗୀ କାର୍ଯ୍ୟକ୍ଷମ ହେବା କାରଣରୁ ତାଙ୍କୁ ସେବାର ଆବଶ୍ୟକତା ରହିଥାଏ। ଯଦି ଉତ୍ତମ ସେବା ଶୁଶ୍ରୂଷା ନ ମିଳେ, ତେବେ […] The post ବାତ ବ୍ୟାଧିର ଉପଚାର appeared first on Dharitri Odia News.
ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍), ଆମବାତ (ରୁମାଟଏଡ୍ ଆଥର୍ରାଇଟିସ୍), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍), ଅପସ୍ମାର (ଇପିଲେପ୍ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍), ଗ୍ରୀବାଗ୍ରହ (ସର୍ଭାଇକାଲ ସ୍ପଣ୍ଡିଲିସିସ୍), ଗୃଧ୍ରସୀ (ସାଇଟିକା), ହନୁଗ୍ରହ (ଫେସିଆଲ୍ ପାରାଲିସିସ୍) ଆଦି ରୋଗ ହେବାର ଦେଖାଯାଇଥାଏ। ବାତ ବ୍ୟାଧି ରୋଗୀ କାର୍ଯ୍ୟକ୍ଷମ ହେବା କାରଣରୁ ତାଙ୍କୁ ସେବାର ଆବଶ୍ୟକତା ରହିଥାଏ। ଯଦି ଉତ୍ତମ ସେବା ଶୁଶ୍ରୂଷା ନ ମିଳେ, ତେବେ ସେ ଆରୋଗ୍ୟ ହେବା କଷ୍ଟକର ହୋଇପଡ଼େ। ଏଥିପାଇଁ ଉତ୍ତମ ଚରିତ୍ରସମ୍ପନ୍ନ, ରାଗ ଦ୍ୱେଷ ରହିତ ସୁଖ ଭାବାପନ୍ନ ପରିଚାରିକା, ସେବିକା ବା ପରିବାର ସଦସ୍ୟ ଆନ୍ତରିକତା ଭାବସମ୍ପନ୍ନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେବା କଲେ ରୋଗୀ ଶୀଘ୍ର ଆରୋଗ୍ୟ ହୋଇପାରିବ।
ଏହି ରୋଗଗୁଡ଼ିକରେ ରୋଗୀକୁ ପ୍ରଥମେ ସ୍ନେହନ, ସ୍ବେଦନ ଓ ବିରେଚନ ଦେଇ ସଂଶୋଧନ ଚିକିତ୍ସା ବା ଡେଟେକ୍ସିକେସନ୍ କରିବା ଉଚିତ୍। ବାତ ଦୋଷକୁ ସାମ୍ୟାବସ୍ଥାରେ ଆଣିବା ପାଇଁ ରୋଗ ଅନୁଯାୟୀ ବାତନାଶକ ତୈଳରେ ଅଭ୍ୟଙ୍ଗ/ ମାଲିସ୍ କରିବା ଉଚିତ୍। ଏହି ତୈଳକୁ ଏକ ଷ୍ଟିଲ୍ ପାତ୍ରରେ ନିଆଁରେ ଉଷୁମ କରି ମାଲିସ୍ କଲେ ଆଶୁ ଫଳ ମିଳେ। ତତ୍ ସଙ୍ଗେ ସଙ୍ଗେ ଆକ୍ରାନ୍ତ ଅଙ୍ଗକୁ ସ୍ବେଦନ ବା ବାମ୍ଫ ଦିଆଯାଏ। ରୋଗୀକୁ ତୈଳାଭ୍ୟଙ୍ଗ ପରେ ଗୋଟିଏ ଖଟ ବା ଟେବୁଲ ଉପରେ ଶୁଆଇ ବା ବସାଇ ଦିଆଯାଏ। ତା’ପରେ ଏକ ମୁଖ ଘୋଡ଼ଣୀ ଥିବା ହାଣ୍ଡି ବା ବଡ଼ ପ୍ରେସରକୁକୁର୍ରେ ବାତନାଶକ ଦ୍ରବ୍ୟ ବଳା, ରାସ୍ନା, ଶାଳପର୍ଣ୍ଣି, ପୃଷ୍ଣପର୍ଣ୍ଣି, ବୃହତୀ, କଣ୍ଟକାରୀ, ଗୋକ୍ଷୁରା, ବିଲ୍ବ, ଶୈନାକ (ଅଗ୍ନିମନ୍ଥ), ପାଟଳି, ଗମ୍ଭାରୀ ଇତ୍ୟାଦି ଦ୍ରବ୍ୟକୁ ଦରକୁଟା କରି ୪ଗୁଣ ପାଣିରେ ସିଝା ଯାଇଥାଏ। ତା’ ପରେ ସେହି ବାମ୍ଫକୁ ଏକ ପାଇପ୍ ସାହାଯ୍ୟରେ ଆଣି ପୂର୍ବରୁ ତୈଳାଭ୍ୟଙ୍ଗ ହୋଇଥିବା ଆକ୍ରାନ୍ତ ସ୍ଥାନରେ ଛଡ଼ାଯାଏ। ବର୍ତ୍ତମାନ ପଞ୍ଚକର୍ମ ଚିକିତ୍ସା କେନ୍ଦ୍ରରେ ଏହା ସହଜରେ ଉପଲବ୍ଧ ହେଉଅଛି। ଏଥିସହ ରୋଗୀର ବଳାବଳକୁ ଦେଖି ପ୍ରତି ତିନି ଦିନରେ ଥରେ ବିରେଚନା ପାଇଁ ଔଷଧ ବା ଏନିମା ଦିଆଯାଏ। ରୋଗୀକୁ ଦୈନିକ ଉଷୁମ ଜଳରେ ସ୍ନାନ କରାଯାଇଥାଏ।
ଡା. ଆଶିଷ ବାନାର୍ଜୀ
– ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୩୭୪୮୫
The post ବାତ ବ୍ୟାଧିର ଉପଚାର appeared first on Dharitri Odia News.