ବାତ୍ୟା ‘ଦାନା’ ଭୟ; ୨ଶହରୁ ଅଧିକ ଟ୍ରେନ୍ ବାତିଲ୍, ଖୋଲିଲା ହେଲ୍ପ ଡେସ୍କ

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ଭାରତୀୟ ରେଳ ବିଭାଗ ସତର୍କ ହୋଇଛି । ରିଲିଫ୍ ଅପରେସନ ଏବଂ  ଯାତ୍ରୀ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ରହିଛି । ବାତ୍ୟା ପରବର୍ତ୍ତୀ ସମୟରେ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ପୂର୍ବତଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ୍ ଡେସ୍କ ଖୋଲାଯାଇଛି ।ବୁଧବାରଠୁ ୩ ଦିନ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି । ଅର୍ଥାତ୍ ଆଜିଠୁ ଆସନ୍ତା ୨୫ ତାରିଖ ଯାଏଁ ୨ଶହ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଛି । ଏହାଛଡ଼ା ପୂର୍ବତଟ ରେଳର ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ପାଇଁ ହେଲ୍ପ ଲାଇନ୍ ଜାରି   କରାଯାଇଛି । ପୁରୀ ପାଇଁ ୮୯୨୬୧-୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର-କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ନମ୍ବର ଜାରି ହୋଇଛି । ଅନ୍ୟପଟେ ବାତ୍ୟା ‘ଦାନା’ର ମୁକାବିଲା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି ।  

ବାତ୍ୟା ‘ଦାନା’ ଭୟ; ୨ଶହରୁ ଅଧିକ ଟ୍ରେନ୍ ବାତିଲ୍, ଖୋଲିଲା ହେଲ୍ପ ଡେସ୍କ

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ଭାରତୀୟ ରେଳ ବିଭାଗ ସତର୍କ ହୋଇଛି । ରିଲିଫ୍ ଅପରେସନ ଏବଂ  ଯାତ୍ରୀ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ରହିଛି । ବାତ୍ୟା ପରବର୍ତ୍ତୀ ସମୟରେ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ପୂର୍ବତଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ୍ ଡେସ୍କ ଖୋଲାଯାଇଛି ।

ବୁଧବାରଠୁ ୩ ଦିନ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି । ଅର୍ଥାତ୍ ଆଜିଠୁ ଆସନ୍ତା ୨୫ ତାରିଖ ଯାଏଁ ୨ଶହ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଛି । ଏହାଛଡ଼ା ପୂର୍ବତଟ ରେଳର ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ପାଇଁ ହେଲ୍ପ ଲାଇନ୍ ଜାରି   କରାଯାଇଛି । ପୁରୀ ପାଇଁ ୮୯୨୬୧-୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର-କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ନମ୍ବର ଜାରି ହୋଇଛି । ଅନ୍ୟପଟେ ବାତ୍ୟା ‘ଦାନା’ର ମୁକାବିଲା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି ।