ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଘୋଷଣା କରାଯାଇଛି। ସେ ଉତ୍ତରପ୍ରଦେଶର ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଦଳ ଘୋଷଣା କରିଛି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୧୯୫ଟି […] The post ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି appeared first on Dharitri Odia News.

ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଘୋଷଣା କରାଯାଇଛି। ସେ ଉତ୍ତରପ୍ରଦେଶର ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଦଳ ଘୋଷଣା କରିଛି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରୁ ୧୧ ଜଣ ଲେଖାଏ, ଗୁଜରାଟ ଏବଂ ରାଜସ୍ଥାନରୁ ୧୫ ଜଣ ଲେଖାଏ, ପଶ୍ଚିମବଙ୍ଗରୁ ୨୦, ମଧ୍ୟପ୍ରଦେଶରୁ ୨୪, କେରଳରୁ ୧୨, ଆସାମରୁ ୧୧,ତେଲଙ୍ଗାନାରୁ ୯, ଦିଲ୍ଲୀରୁ ୫ ଜଣ, ଉତ୍ତରାଖଣ୍ଡରୁ ୩, ଜମ୍ମୁ-କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରୁ ଦୁଇଜଣ ଲେଖାଏ, ଗୋଆ-ତ୍ରିପୁରା, ଆଣ୍ଡାମାନ-ନିକୋବର ଏବଂ ଡାମନ-ଡିଉରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦି, ଗୁଜରାଟରୁ ଅମିତ ଶାହା, ମଥୁରାରୁ ହେମାଳିନୀ, ଅଲଓ୍ବାରରୁ ଭୂପେନ୍ଦ୍ର ଯାଦବ, ଆମେଠିରୁ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ରାଜନାଥ ସିଂ, ନୋଏଡାରୁ ମହେଶ ଶର୍ମା, ଆଗ୍ରାରୁ ଏସ୍‌ପି ବାଘେଲ, ମୁଜାଫରନଗରରୁ ସଞ୍ଜୀବ ବଳିୟାନ, ଚାନ୍ଦିନୀଚୌକ୍‌ରୁ ପ୍ରବୀଣ ଖଣ୍ଡେଲଓ୍ବାଲ, ଦକ୍ଷିଣ ଦିଲ୍ଲୀରୁ ରାମବୀର ବିଧୁରୀ, ପଶ୍ଚିମ ଦିଲ୍ଲୀର ପ୍ରଭେଶ ବର୍ମା, ଉତ୍ତର ପଶ୍ଚିମ ଦିଲ୍ଲୀର ଦୁଶ୍ୟନ୍ତ ଗୌତମ ଏବଂ ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିଓ୍ବାରୀଙ୍କ ନାମ ଘୋଷଣା କରାଯାଇଛି।

The post ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି appeared first on Dharitri Odia News.