ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,୧୩।୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଉପ- ଜିଲାପାଳ ଡା. ରୀନା ପ୍ରଧାନ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସୀନ ଥିଲେ। ସମୁଦାୟ ୪୯ଟି ଅଭିଯୋଗ ମଧ୍ୟରେ ୩୯ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗର ଶୁଣାଣି […] The post ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି appeared first on Dharitri Odia News.

ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,୧୩।୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଉପ- ଜିଲାପାଳ ଡା. ରୀନା ପ୍ରଧାନ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସୀନ ଥିଲେ। ସମୁଦାୟ ୪୯ଟି ଅଭିଯୋଗ ମଧ୍ୟରେ ୩୯ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗର ଶୁଣାଣି ହୋଇଛି I ପଡିକାର୍ଡ, ଆବାସ ଯୋଜନା, ବାଲିଗୁଡା କୁଟିକିଆ,ପଦ୍ମାପଦରକୁ ସଂଯୋଗ କରୁଥିବା ଝୁଲାପୋଲ, ଖମନଖୋଲରେ ଆମ୍ବୁଲାନ୍ସ ସୁବିଧା, ବାରଖମା ମେଡିକାଲରେ ଏକ୍ସରେ ମେଶିନ ମରାମତି, ରାସ୍ତାଘାଟ ଆଦି ଅଭିଯୋଗ ଆସିଥିଲା।
ଏହି ଅବସରରେ କିଛି ହିତାଧିକାରୀଙ୍କୁ ହ୍ବିଲ୍‌ଚେୟାର, ଟ୍ରାଇସାଇକେଲ ଏବଂ ଦୁଇଜଣଙ୍କୁ ନୂତନ ବିଧବା ଭତ୍ତା ଦିଆଯାଇଛି। ଅନ୍ୟପଟେ ଅଭିଯୋଗ ଶୁଣାଣି ସମ୍ପର୍କରେ ପୂର୍ବରୁ ପୂର୍ବ ସୂଚନା ଦିଆଯାଇ ନ ଥିବାରୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧ ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲେ ଆମ ଅଞ୍ଚଳର ସମସ୍ୟା ଲୋକେ ଉପସ୍ଥାପନ କରି ପାରିଥାନ୍ତେ। କିନ୍ତୁ ତାହା ହୋଇପାରି ହୋଇପାରିଲା ନାହିଁ ବୋଲି ପରିଷଦର ସଭାପତି ତାପ ମଲ୍ଲିକ, ଉପସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଳିକ, କୋଷାଧକ୍ଷ ଜାନକୀ କହଁର, ଉପଦେଷ୍ଟା ରଘୁନାଥ ମଳିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଛନ୍ତି।

The post ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି appeared first on Dharitri Odia News.