ବାସ୍ତୁ ଅନୁଯାୟୀ ଠାକୁରଙ୍କ ଫଟୋ

ସାଧାରଣତଃ ଘରଟିଏ ନିର୍ମାଣ କରାଗଲେ ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ପ୍ରାର୍ଥନା କରାଯାଇଥାଏ । ଏହାସହିତ ଧନ, ଜନ ଆଦି ବୃଦ୍ଧି କରିବା ଲାଗି ଦେବୀଦେବତାଙ୍କର ଫଟୋ ଘର କାନ୍ଥରେ ଲଗାଯାଏ । ହେଲେ କେତେକ ସ୍ଥଳରେ ମାନବ ଜୀବନ ପାଇଁ ପ୍ରତ୍ୟେକ ଫଟୋ କିମ୍ବା ପ୍ରତିମା ଶୁଭଦାୟକ ହୋଇନଥାଏ । ତେଣୁ ଘରେ କୌଣସି ବି ଫଟୋ କିମ୍ବା ମୂର୍ତ୍ତି ସ୍ଥାପନ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେ ଏହା କେଉଁ ଅବସ୍ଥାରେ ରହିଛି ଏବଂ […]

ବାସ୍ତୁ ଅନୁଯାୟୀ ଠାକୁରଙ୍କ ଫଟୋ
ବାସ୍ତୁ ଅନୁଯାୟୀ ଠାକୁରଙ୍କ ଫଟୋ

ସାଧାରଣତଃ ଘରଟିଏ ନିର୍ମାଣ କରାଗଲେ ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ପ୍ରାର୍ଥନା କରାଯାଇଥାଏ । ଏହାସହିତ ଧନ, ଜନ ଆଦି ବୃଦ୍ଧି କରିବା ଲାଗି ଦେବୀଦେବତାଙ୍କର ଫଟୋ ଘର କାନ୍ଥରେ ଲଗାଯାଏ । ହେଲେ କେତେକ ସ୍ଥଳରେ ମାନବ ଜୀବନ ପାଇଁ ପ୍ରତ୍ୟେକ ଫଟୋ କିମ୍ବା ପ୍ରତିମା ଶୁଭଦାୟକ ହୋଇନଥାଏ । ତେଣୁ ଘରେ କୌଣସି ବି ଫଟୋ କିମ୍ବା ମୂର୍ତ୍ତି ସ୍ଥାପନ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେ ଏହା କେଉଁ ଅବସ୍ଥାରେ ରହିଛି ଏବଂ ଏହାକୁ ଘରେ ରଖିବା ଦ୍ୱାରା କି ପ୍ରଭାବ ପଡ଼ିବ । ତେଣୁ ଆସନ୍ତୁ ଜାଣିବା କେଉଁ ଦିଗରେ କେଉଁ ଦେବଦେବୀଙ୍କ ଫଟୋ ଓ ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ଭଗବାନଙ୍କର କୃପା ସଦୈବ ଲାଗି ରହିବ ।
ଧନଦାତ୍ରୀ ମା’ ଲକ୍ଷ୍ମୀ
ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପ୍ରତିମା କିମ୍ବା ଫଟୋ ବିରାଜମାନ ଅବସ୍ଥାରେ ରହିବା ଆବଶ୍ୟକ । ବାସ୍ତୁଶାସ୍ତ୍ର ମୁତାବକ ମା ଲକ୍ଷ୍ମୀଙ୍କର ସ୍ଥାୟୀ ରୂପ ପ୍ରାପ୍ତି ଇଚ୍ଛା ସମସ୍ତଙ୍କ ନିକଟରେ ଥାଏ । ତେଣୁ ଘର କିମ୍ବା ପୂଜାସ୍ଥାନରେ ମା’ ଲକ୍ଷ୍ମୀଙ୍କର ବିରାଜମାନ ଅବସ୍ଥାରେ ଫଟୋ ରହିବା ଆବଶ୍ୟକ । ଯାହାଫଳରେ ଘରେ ସର୍ବଦା ଧନରୂପୀ ମା’ ଲକ୍ଷ୍ମୀଙ୍କ ଆଗମନ ହେବ ।
ବିଦ୍ୟାଦାତ୍ରୀ ମା’ ସରସ୍ୱତୀ
ଯେଉଁ ଘରେ ପିଲାମାନଙ୍କ ପାଠପଢ଼ା ପ୍ରତି ସମସ୍ୟା ହୋଇଥାଏ, ସେହି ଘରେ ମା’ ସରସ୍ୱତୀଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନ କରିବା ଆବଶ୍ୟକ । ଏହି ଫଟୋରେ ମା’ ସରସ୍ୱତୀ ବିରାଜମାନ ଅବସ୍ଥାରେ ରହିଥିବା ଆବଶ୍ୟକ । ଯାହାଫଳରେ ଘରେ ବିଦ୍ୟା ଆଗମନ ହେବା ସହିତ ବିଦ୍ୟାର୍ଥୀଙ୍କ ସ୍ମରଣଶକ୍ତି ବୃଦ୍ଧି ପାଏ ବୋଲି କୁହାଯାଏ ।
ବିଘ୍ନହର୍ତ୍ତା ଶ୍ରୀଗଣେଶ
ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ହରଣ କରି ସମସ୍ତଙ୍କ ମଧ୍ୟରେ ଖୁସି ବାଣ୍ଟୁଥିବାରୁ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ । ତେଣୁ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତି ଘରେ ରଖିବା ଭଲ । ହେଲେ ଗଣେଶ ତାଙ୍କ ଦୁଇ ପନିୀଙ୍କ ସହିତ ବିରାଜମାନ ଅବସ୍ଥାରେ ଥିବା ଫଟୋ ଓ ମୂର୍ତ୍ତିକୁ ପୂର୍ବଦିଗରେ ସ୍ଥାପନ କରିବାକୁ ସର୍ବଶ୍ରେଷ୍ଠ ମନେ କରାଯାଏ । ଏହାଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।