ବିଜୁଳି ବନ୍ଧରେ ବଡ଼ ଘୋଟାଲା: ପୋଖରୀରେ ପୋତିଦେଲେ ୧୪ କୋଟି! ପାର୍କ ନାହିଁ ପଇସା ଶେଷ

କନକ ବ୍ୟୁରୋ: ସରକାରୀ ଅର୍ଥ ଯଦି ଅପଚୟ କରିବାର ଅଛି ତାହା ହେଲେ ସୁନ୍ଦରଗଡ ପ୍ରଶାସନ ଠାରୁ ଶିଖ। ପଖୋରୀରୁ ମାଟି ଖୋଳିଲେ, ପୁଣି ପୋତିଲେ। ବାସ୍ ଏତିକିରେ ସରିଯାଇଛି ଡିଏମ୍ଏଫ୍ ପାଣ୍ଠିର ୧୪ କୋଟି। ସୁନ୍ଦରଗଡ ସହରର ମଝିରେ ଥିବା ବହୁ ପୁରାତନ ପଖୋରୀକୁ ବିଜୁଳି ବନ୍ଧ କୁହାଯାଏ। ଏହି ପଖୋରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଆଳରେ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି। […] The post ବିଜୁଳି ବନ୍ଧରେ ବଡ଼ ଘୋଟାଲା: ପୋଖରୀରେ ପୋତିଦେଲେ ୧୪ କୋଟି! ପାର୍କ ନାହିଁ ପଇସା ଶେଷ first appeared on Kanak News.

ବିଜୁଳି ବନ୍ଧରେ ବଡ଼ ଘୋଟାଲା: ପୋଖରୀରେ ପୋତିଦେଲେ ୧୪ କୋଟି! ପାର୍କ ନାହିଁ ପଇସା ଶେଷ

କନକ ବ୍ୟୁରୋ: ସରକାରୀ ଅର୍ଥ ଯଦି ଅପଚୟ କରିବାର ଅଛି ତାହା ହେଲେ ସୁନ୍ଦରଗଡ ପ୍ରଶାସନ ଠାରୁ ଶିଖ। ପଖୋରୀରୁ ମାଟି ଖୋଳିଲେ, ପୁଣି ପୋତିଲେ। ବାସ୍ ଏତିକିରେ ସରିଯାଇଛି ଡିଏମ୍ଏଫ୍ ପାଣ୍ଠିର ୧୪ କୋଟି। ସୁନ୍ଦରଗଡ ସହରର ମଝିରେ ଥିବା ବହୁ ପୁରାତନ ପଖୋରୀକୁ ବିଜୁଳି ବନ୍ଧ କୁହାଯାଏ। ଏହି ପଖୋରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଆଳରେ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି।

ପୋଖରୀ ସଫା କରିବା ପାଇଁ ୨୦୧୮ରେ ଟେଣ୍ଡର ଆହ୍ୱାନ କରିଥିଲେ ତତ୍କଳୀନ ଜିଲ୍ଲାପାଳ ସୁରେନ୍ଦ୍ର ମୀନା। ସେତେବେଳେ ଡିଏମ୍ଏଫର ଖର୍ଚ୍ଚ ହୋଇଥିଲା ଦେଢ କୋଟି ଟଙ୍କା। ନିଖିଲ ପବନ କଲ୍ୟାଣ ଜିଲ୍ଲାପାଳ ଥିବା ବେଳେ ୨୦୨୦ରେ ବିଜୁଳି ବନ୍ଧକୁ ପାର୍କରେ ପରିଣତ କରିବାକୁ ୨୫କୋଟି ୯୦ଲକ୍ଷ ଟଙ୍କାର ମଞ୍ଜୁର ହୋଇଥିଲା। ଦିଲ୍ଲୀ ଓ ସୁନ୍ଦରଗଡ଼ର ଦୁଇଟି ଠିକା ସଂସ୍ଥା କାମ ଆରମ୍ଭ କଲେ।୨୦୨୨ ସୁଦ୍ଧା କାମ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଏପର୍ଯ୍ୟନ୍ତ ପାର୍କ ହୋଇନି। କିନ୍ତୁ ପୋଖରୀ ଖୋଳିବା, ପୋତିବା ଏବଂ ବାଡ଼ ବୁଲାଇବାରେ ୧୪ କୋଟି ଚଳୁ କରି ଚମ୍ପଟ ମାରିଛନ୍ତି ଠିକାଦାର।

The post ବିଜୁଳି ବନ୍ଧରେ ବଡ଼ ଘୋଟାଲା: ପୋଖରୀରେ ପୋତିଦେଲେ ୧୪ କୋଟି! ପାର୍କ ନାହିଁ ପଇସା ଶେଷ first appeared on Kanak News.