ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…
କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍ ଶନିବାର ଦୁଇ ବଡ଼ ଷ୍ଟାର ତଥା କେନ୍ଦ୍ରାପଡ଼ା ଏମ୍ପି ଥିବା ଅନୁଭବ ମହାନ୍ତି ଏବଂ କୋରେଇର ପୂର୍ବତନ ବିଧାୟକ ତଥା ସୋଭର ବୟ ଆକାଶ ଦାସନାୟକ ବିଜେଡି ଛାଡ଼ିଛନ୍ତି। ଆଜି ବିଜେଡି ଛାଡ଼ିବା ପରେ ଅନୁଭବ […] The post ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି… appeared first on Dharitri Odia News.
କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍ ଶନିବାର ଦୁଇ ବଡ଼ ଷ୍ଟାର ତଥା କେନ୍ଦ୍ରାପଡ଼ା ଏମ୍ପି ଥିବା ଅନୁଭବ ମହାନ୍ତି ଏବଂ କୋରେଇର ପୂର୍ବତନ ବିଧାୟକ ତଥା ସୋଭର ବୟ ଆକାଶ ଦାସନାୟକ ବିଜେଡି ଛାଡ଼ିଛନ୍ତି। ଆଜି ବିଜେଡି ଛାଡ଼ିବା ପରେ ଅନୁଭବ ମହାନ୍ତି ଇସ୍ତଫାପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କିଛି ଅଦୃଶ୍ୟ ଶକ୍ତି ଯୋଗୁ ସେ ୪ ବର୍ଷ ହେଲା ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚ ଅଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ମୁଁ ରାଜନୀତି ଛାଡ଼ିବି ନାହିଁ। କିନ୍ତୁ ବିଜେଡିରୁ ଇସ୍ତଫା ଦେବା ଅନିର୍ବାଯ୍ୟ ଥିଲା ବୋଲି ଅନୁଭବ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ମୋ’ ଜନ୍ମମାଟି ପାଇଁ କିଛି କାମ କରିବି ବୋଲି ଅନୁଭବ ଲେଖିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଦେଇଛନ୍ତି।
୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକ ସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।
The post ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି… appeared first on Dharitri Odia News.