ବିଶ୍ବ ଗୁଇନ୍ଦା ସମ୍ମିଳନୀ ପାଇଁ ମାର୍ଚ୍ଚ ୧୬ରେ ଭାରତ ଆସିବେ ତୁଳସୀ ଗବାର୍ଡ
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ ଭାରତରେ ହେବାକୁ ଯାଉଛି ବିଶ୍ବର ପ୍ରମୁଖ ରାଷ୍ଟ୍ରର ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସମ୍ମିଳନୀ । ଏଥିରେ ଆମେରିକା, ଜର୍ମାନୀ, ବ୍ରିଟେନ୍ର ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କ ସମେତ ୨୦ ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଯୋଗଦେବେ। ମିଳିଥିବା ସୂଚନାନୁଯାୟୀ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ, କାନାଡ଼ାର ଗୁଇନ୍ଦା ମୁଖ୍ୟ ଡାନିଏଲ୍ ରୋଗର୍ସ, ବ୍ରିଟେନ୍ର ଏମ୍୧୬ ମୁଖ୍ୟ ରିଚାର୍ଡ […]

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ ଭାରତରେ ହେବାକୁ ଯାଉଛି ବିଶ୍ବର ପ୍ରମୁଖ ରାଷ୍ଟ୍ରର ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସମ୍ମିଳନୀ । ଏଥିରେ ଆମେରିକା, ଜର୍ମାନୀ, ବ୍ରିଟେନ୍ର ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କ ସମେତ ୨୦ ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଯୋଗଦେବେ। ମିଳିଥିବା ସୂଚନାନୁଯାୟୀ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ, କାନାଡ଼ାର ଗୁଇନ୍ଦା ମୁଖ୍ୟ ଡାନିଏଲ୍ ରୋଗର୍ସ, ବ୍ରିଟେନ୍ର ଏମ୍୧୬ ମୁଖ୍ୟ ରିଚାର୍ଡ ମୋରେଙ୍କ ସହ ଅଷ୍ଟ୍ରାଲିଆ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଓ ଅନ୍ୟ ଦେଶର ଗୁଇନ୍ଦା ମୁଖ୍ୟମାନେ ଯୋଗ ଦେବେ। ଆତଙ୍କବାଦୀ ଓ ଅନ୍ତର୍ଜାତୀୟ ଅପରାଧିକ ନେଟ୍ୱାର୍କ ବିରୋଧୀ ଲଢ଼େଇକୁ ଅଧିକ ଶାଣିତ କରିବା ଲକ୍ଷ୍ୟରେ ଦେଶ ଦେଶ ମଧ୍ୟରେ ଗୁଇନ୍ଦା ତଥ୍ୟର ଆଦାନପ୍ରଦାନ ଓ ରଣନୀତି ଉପରେ ଏଥିରେ ବିସ୍ତୃତ ଆଲୋଚନା ହେବ। ଆମେରିକା ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ ଥାଇଲାଣ୍ଡ୍ ଗସ୍ତ କରି ମାର୍ଚ୍ଚ ୧୫ରେ ଭାରତରେ ପହଞ୍ଚିବେ ବୋଲି ଜଣାପଡ଼ିଛି।