ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ
ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ ନିର୍ଦ୍ଦେଶ ନ ମାନି ଘରୋଇ କ୍ରିକେଟ ଖେଳି ନ ଥିଲେ ଶ୍ରେୟସ୍ ଆୟର ଓ ଇଶାନ କିଶନ। ଉଭୟ ଖେଳାଳିଙ୍କୁ ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା। ଏହାକୁ ନେଇ ଇର୍ଫାନ୍ ପଠାନ […] The post ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ appeared first on Dharitri Odia News.
ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ ନିର୍ଦ୍ଦେଶ ନ ମାନି ଘରୋଇ କ୍ରିକେଟ ଖେଳି ନ ଥିଲେ ଶ୍ରେୟସ୍ ଆୟର ଓ ଇଶାନ କିଶନ। ଉଭୟ ଖେଳାଳିଙ୍କୁ ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା। ଏହାକୁ ନେଇ ଇର୍ଫାନ୍ ପଠାନ ଓ କୀର୍ତ୍ତି ଆଜାଦଙ୍କ ଭଳି ଖେଳାଳି ଭିନ୍ନ ମତ ରଖିଥିଲେ। ତେବେ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ଘରୋଇ କ୍ରିକେଟକୁ ପ୍ରାଧାନ୍ୟ ଦେବା ଏକ ଜରୁରୀ ନିଷ୍ପତ୍ତି। ବିସିସିଆଇର ଏହି ନିଷ୍ପତ୍ତି କିଛି ଖେଳାଳିଙ୍କ ପାଇଁ ହୁଏତ କଷ୍ଟଦାୟକ ହୋଇପାରେ ମାତ୍ର ରଣଜୀ ଟ୍ରଫି ପରି ଟୁର୍ନାମେଣ୍ଟ ପାଇଁ ଏହା ଲାଭଦାୟକ ହେବ।
କପିଳ ଦେବ କୌଣସି ଖେଳାଳିଙ୍କ ନାମ ନେଇ ନ ଥିଲେ ମଧ୍ୟ ଇଶାନ ଓ ଶ୍ରେୟସଙ୍କ ଆଡକୁ ଇସାରା କରିଥିଲେ। କିଛି ଖେଳାଳି ଅସୁବିଧାରେ ପଡିବେ ମାତ୍ର ଦେଶର ସ୍ବାର୍ଥ ଆଗରେ ଏହାର କୌଣସି ମୂଲ୍ୟ ନାହିଁ। ଦେଶର ସ୍ବାର୍ଥକୁ ପ୍ରାଥମିକତା ଦେଇଥିବାରୁ ମୁଁ ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ସେ କହିଥିଲେ। ଆଜି କାଲି ଜଣେ ଖେଳାଳି ନିଜକୁ ଅନ୍ତର୍ଜାତୀୟ କ୍ରିକେଟର ଭାବରେ ପ୍ରତିଷ୍ଠିତ କରିବା ପରେ ଆଉ ଘରୋଇ କ୍ରିକେଟ ଖେଳୁନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିକଟରେ ବିସିସିଆଇ ପକ୍ଷରୁ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରୁ ଇଶାନ୍ କିଶନ ଓ ଶ୍ରେୟସ ଆୟରଙ୍କୁ ବାଦ୍ ଦିଆଯାଇଥିଲା।
୨୫ ବର୍ଷୀୟ କିଶନ ବ୍ୟକ୍ତିଗତ କାରଣ ଦର୍ଶାଇ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଥିଲେ। ଏପରିକି ଇଂଲଣ୍ଡ ଟେଷ୍ଟ ସିରିଜରେ ମଧ୍ୟ ସେ ସମାନ କାରଣ ଦର୍ଶାଇ ଖେଳି ନ ଥିଲେ। ତେବେ ମାସେ ପରେ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ସେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ବିସିସିଆଇ ଏଥିରେ ଖପ୍ପା ହେବା ସହ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା। ସମାନ ଢଙ୍ଗରେ ଶ୍ରେୟସ୍ ଆୟରଙ୍କୁ ଇଂଲଣ୍ଡ ସିରିଜ ଅଧାରୁ ଭାରତୀୟ ଦଳରୁ ରିଲିଜ କରାଯାଇଥିଲା। ତାଙ୍କୁ ରଣଜୀ ଟ୍ରଫି ଖେଳିବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ମୁମ୍ବାଇର କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳି ନ ଥିଲେ। ତେବେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡିବା ପରେ ତୁରନ୍ତ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ସେମି ଖେଳିବାର ନିଷ୍ପତ୍ତି ନେଇଥିଲେ ଆୟର। ଅନ୍ତର୍ଜାତୀୟ କ୍ରିକେଟରମାନେ ସର୍ବଦା ଘରୋଇ କ୍ରିକେଟ ଖେଳିବା ଉଚିତ। ଏହା ଦ୍ୱାରା ସେମାନେ ଯୁବ ଖେଳାଳିମାନଙ୍କୁ ଉପଯୁକ୍ତ ଦିଗ୍ଦର୍ଶନ ଦେଇପାରିବେ। ତେଣୁ ବିସିସିଆଇ ପକ୍ଷରୁ ଦିଆଯାଇଥିବା ଏହି ମେସେଜ୍କୁ ମୁଁ ପସନ୍ଦ କରୁଛି।
ଜଣେ ଖେଳାଳିଙ୍କୁ ପ୍ରସ୍ତୁତ କରିବାରେ ରାଜ୍ୟ କ୍ରିକେଟ ଆସୋସିଏଶନ ମଧ୍ୟ ପରିଶ୍ରମ କରିଥାଏ। ଏହା ଶୁଝିବାର ମଉକା ଖେଳାଳିମାନେ ହରାଇବା ଅନୁଚିତ ବୋଲି କହିଛନ୍ତି କପିଳ। ପୂର୍ବତନ ଖେଳାଳିମାନଙ୍କ ପେନ୍ସନ ରାଶି ବୃଦ୍ଧି କରାଯାଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି କପିଳ। ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ପୁରୁଷ କ୍ରିକେଟରଙ୍କୁ ମାସିକ ୧୫ ହଜାର ପେନ୍ସନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ମାସିକ ୩୭ ହଜାର ୫୦୦ଟଙ୍କା ପେନ୍ସନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯାଇଛି। ମହିଳା ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ପୂର୍ବରୁ ୩୦ ହଜାର ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୫୨୫୦୦ ଟଙ୍କା କରାଯାଇଛି। ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ମହିଳା ଖେଳାଳିଙ୍କୁ ୨୨୫୦୦ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୪୫ ହଜାର କରାଯାଇଛି।
The post ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ appeared first on Dharitri Odia News.