ବୁଥରେ ପ୍ରଥମ ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ
ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବୁଥରେ ପହଞ୍ଚି ପ୍ରଥମ ଭୋଟ ଦେଇଛନ୍ତି। ଅଭିମନ୍ୟୁ ନିଜ ଗାଁ ହାଟଡିହୀ ବ୍ଲକ ଇଂଚୋଳ ଗ୍ରାମର ୨୫୫ ନମ୍ବର ବୁଥ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିଜ ମତ ସାବ୍ୟସ୍ତ କରିଛନ୍ତି। ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ମୋଟ ୨୯୧ଟି ବୁଥରେ ଭୋଟ ଗ୍ରହଣ ହେଉଛି l ଶାନ୍ତି, ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ […] The post ବୁଥରେ ପ୍ରଥମ ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ appeared first on Dharitri Odia News.
ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବୁଥରେ ପହଞ୍ଚି ପ୍ରଥମ ଭୋଟ ଦେଇଛନ୍ତି। ଅଭିମନ୍ୟୁ ନିଜ ଗାଁ ହାଟଡିହୀ ବ୍ଲକ ଇଂଚୋଳ ଗ୍ରାମର ୨୫୫ ନମ୍ବର ବୁଥ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିଜ ମତ ସାବ୍ୟସ୍ତ କରିଛନ୍ତି।
ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ମୋଟ ୨୯୧ଟି ବୁଥରେ ଭୋଟ ଗ୍ରହଣ ହେଉଛି l ଶାନ୍ତି, ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ଶାନ୍ତିର ସହ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଛି l
ପ୍ରଶାସନ ତରଫରୁ ଦିବ୍ୟାଙ୍ଗ, ବୃଦ୍ଧା, ବୃଦ୍ଧଙ୍କ ପାଇଁ ଟ୍ରାଇ ସାଇକେଲର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ବୁଥରେ ପୋଲିସ, ଫୋର୍ସ ମୃତୟନ ଥିବା ବେଳେ ଆନନ୍ଦପୁର ଡିଏସପି ବିଭିନ୍ନ ବୁଥ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
The post ବୁଥରେ ପ୍ରଥମ ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ appeared first on Dharitri Odia News.