ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…
ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକରେ ବସିଥିବା ଚାରିଜଣ ଯୁବକ ଛିଟିକି ପଡ଼ିଥିଲେ। ସେମାନଙ୍କୁ କିଛି ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ମୋହନା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି। ସୂଚନା ଅନୁସାରେ, କର୍ଚବାଡି ଗ୍ରାମ ପଞ୍ଚାୟତ ଖଜୁରୀପଡ଼ା ଗାଁର ଯୁବରାଜ ବେହେରା, […] The post ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି… appeared first on Dharitri Odia News.
ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକରେ ବସିଥିବା ଚାରିଜଣ ଯୁବକ ଛିଟିକି ପଡ଼ିଥିଲେ। ସେମାନଙ୍କୁ କିଛି ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ମୋହନା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି।
ସୂଚନା ଅନୁସାରେ, କର୍ଚବାଡି ଗ୍ରାମ ପଞ୍ଚାୟତ ଖଜୁରୀପଡ଼ା ଗାଁର ଯୁବରାଜ ବେହେରା, ଜାମେସ ଶବର, ଅବିୟମ ଶବର ବାଇକ ଯୋଗେ ମଳାସପଦର ଗାଁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ସାନ ଖଣି ଗାଁର ବାଲେରିଆନ ନାୟକ ମୋହନା ଆସୁଥିଲେ। ବୁଲାଣି ରାସ୍ତାରେ ଉଭୟଙ୍କ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇଜଣଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।
The post ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି… appeared first on Dharitri Odia News.