ବୃଥା ହେଲା ବିରାଟ୍ଙ୍କ ବିସ୍ଫୋରକ ବ୍ୟାଟିଂ: ଆର୍ସିବିକୁ ୭ ୱିକେଟ୍ରେ ହରାଇଲା କୋଲକାତା
ବେଙ୍ଗାଲୁରୁ: ବୃଥା ହେଲା ବିରାଟଙ୍କ ବିସ୍ଫୋରକ ୮୩ ରନ୍। ଆଇପିଏଲ୍ର ଦଶମ ମୁକାବିଲାରେ କେକେଆର୍ ଠାରୁ ହାରିଲା ଆର୍ସିବି। ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ସୁନୀଲ ନାରାଇନଙ୍କ ଧୁଆଁଦାର ଆରମ୍ଭ ବଳରେ କୋଲ୍କାତା ନାଇଟ୍ରାଇଡର୍ସ ୭ ୱିକେଟ୍ରେ ରୟାଲ ଚ୍ୟାଲଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆର୍ସିବି ୧୮୨ ରନ୍ କରିଥିଲା। ୧୮୩ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା କୋଲକାତା ମାତ୍ର ୧୬.୫ ଓଭରେ ୩ ୱିକେଟ୍ ହରାଇ ୧୮୬ ରନ୍ କରି ନେଇଛି।କେକେଆର୍ ପକ୍ଷରୁ ଭେଙ୍କଟେସ ସର୍ବାଧିକ ୫୦ ରନ୍ କରିଥିବା ବେଳେ ସୁନୀଲ ନାରାଇନ ୪୭ ରନ୍, ଫିଲିପ ସଲ୍ଟ ୩୦ ରନ୍ ଶ୍ରେୟସ ଆୟର ୩୯ ରନ୍ କରି ନଟ୍ ଆଉଟ୍ ରହିଛନ୍ତି। ୧୮୩ ରନ୍ର ଟାର୍ଗେଟେ ନେଇ ପଡ଼ିଆକୁ ଓହ୍ଲାଇଥିବା କେକେଆର୍ ପକ୍ଷରୁ ଫିଲିପ୍ ସଲ୍ଟ ଓ ସୁନୀଲ ନାରାଇନ ଜବରଦସ୍ତ ଆରମ୍ଭ କରିଥିଲେ। ପଡ଼ିଆରେ ଥିବା ପର୍ଯ୍ୟନ୍ତ ଛକ୍କା ଚୌକା ବର୍ଷା କରିଥିଲେ ସୁନୀଲ। ମାତ୍ର ୨୨ ବଲ୍ରେ ୪୭ ରନ୍ର ବିସ୍ଫୋରକ ବ୍ୟାଟିଂ କରିଥିଲେ ସୁନୀଲ। ହେଲେ ୬.୩ ଓଭରରେ ମୟଙ୍କ ଡଗରଙ୍କ ୟୋର୍କରରେ ବୋଲ୍ଡ ସେ ହୋଇ ପାଭିଲିଅନ ଫେରିଥିଲେ। ଏହାପରେ ଫିଲିପ୍ ସଲ୍ଟ ୨୦ ବଲ୍ରେ ୩୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ଫିଲିପ୍ଙ୍କ ଆଉଟ୍ ହେବା ପରେ ଭେଙ୍କଟେଶ ଓ କ୍ୟାପ୍ଟେନ ଶ୍ରେୟସ ଆୟର ମିଶି ଦଳର ସ୍କୋରକୁ ଆଗକୁ ନେଇଥିଲେ। ନାରାଇନଙ୍କ ଭଳି ଭେଙ୍କଟେଶ ମଧ୍ୟ ବଡ଼ ବ
ବେଙ୍ଗାଲୁରୁ: ବୃଥା ହେଲା ବିରାଟଙ୍କ ବିସ୍ଫୋରକ ୮୩ ରନ୍। ଆଇପିଏଲ୍ର ଦଶମ ମୁକାବିଲାରେ କେକେଆର୍ ଠାରୁ ହାରିଲା ଆର୍ସିବି। ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ସୁନୀଲ ନାରାଇନଙ୍କ ଧୁଆଁଦାର ଆରମ୍ଭ ବଳରେ କୋଲ୍କାତା ନାଇଟ୍ରାଇଡର୍ସ ୭ ୱିକେଟ୍ରେ ରୟାଲ ଚ୍ୟାଲଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆର୍ସିବି ୧୮୨ ରନ୍ କରିଥିଲା। ୧୮୩ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା କୋଲକାତା ମାତ୍ର ୧୬.୫ ଓଭରେ ୩ ୱିକେଟ୍ ହରାଇ ୧୮୬ ରନ୍ କରି ନେଇଛି।
କେକେଆର୍ ପକ୍ଷରୁ ଭେଙ୍କଟେସ ସର୍ବାଧିକ ୫୦ ରନ୍ କରିଥିବା ବେଳେ ସୁନୀଲ ନାରାଇନ ୪୭ ରନ୍, ଫିଲିପ ସଲ୍ଟ ୩୦ ରନ୍ ଶ୍ରେୟସ ଆୟର ୩୯ ରନ୍ କରି ନଟ୍ ଆଉଟ୍ ରହିଛନ୍ତି।
୧୮୩ ରନ୍ର ଟାର୍ଗେଟେ ନେଇ ପଡ଼ିଆକୁ ଓହ୍ଲାଇଥିବା କେକେଆର୍ ପକ୍ଷରୁ ଫିଲିପ୍ ସଲ୍ଟ ଓ ସୁନୀଲ ନାରାଇନ ଜବରଦସ୍ତ ଆରମ୍ଭ କରିଥିଲେ। ପଡ଼ିଆରେ ଥିବା ପର୍ଯ୍ୟନ୍ତ ଛକ୍କା ଚୌକା ବର୍ଷା କରିଥିଲେ ସୁନୀଲ। ମାତ୍ର ୨୨ ବଲ୍ରେ ୪୭ ରନ୍ର ବିସ୍ଫୋରକ ବ୍ୟାଟିଂ କରିଥିଲେ ସୁନୀଲ। ହେଲେ ୬.୩ ଓଭରରେ ମୟଙ୍କ ଡଗରଙ୍କ ୟୋର୍କରରେ ବୋଲ୍ଡ ସେ ହୋଇ ପାଭିଲିଅନ ଫେରିଥିଲେ।
ଏହାପରେ ଫିଲିପ୍ ସଲ୍ଟ ୨୦ ବଲ୍ରେ ୩୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ଫିଲିପ୍ଙ୍କ ଆଉଟ୍ ହେବା ପରେ ଭେଙ୍କଟେଶ ଓ କ୍ୟାପ୍ଟେନ ଶ୍ରେୟସ ଆୟର ମିଶି ଦଳର ସ୍କୋରକୁ ଆଗକୁ ନେଇଥିଲେ। ନାରାଇନଙ୍କ ଭଳି ଭେଙ୍କଟେଶ ମଧ୍ୟ ବଡ଼ ବଡ଼ ଶଟ୍ ଖେଳି ସ୍କୋର୍କୁ ଦ୍ରୁତ ଗତିରେ ଆଗକୁ ବଢ଼ାଇଥିଲେ।
୧୫.୧ ଓଭର ଖେଳ ବେଳେ ଅର୍ଦ୍ଧଶତକ(୩୦ ବଲ ୫୦ ରନ୍) କରି ଭେଙ୍କଟେଶ ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ ଆୟର ରିଙ୍କୁ ସିଂହଙ୍କ ସହ ମିଶି କ୍ୟାପ୍ଟେନ୍ ଦାୟିତ୍ୱ ନିର୍ବାହ କରି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ। ଶେଷ ବଲ୍ରେ ଛକ୍କା ମାରି ୬ ମାରି ମ୍ୟାଚ୍ ଜିତାଇଥିଲେ ଶ୍ରେୟସ।
ଆର୍ସିବି ବୋଲିଂ
ଅନ୍ୟପଟେ ଆର୍ସିବି ପକ୍ଷରୁ ବୋଲରମାନେ ୱିକେଟ୍ ହାସଲ କରିବାରେ ବିଫଳ ହୋଇଥିଲେ। ୱିକେଟ୍ ନେବା ତ ଦୂରର କଥା ରନ୍ ମଧ୍ୟ ରୋକିବାରେ ବିଫଳ ହୋଇଥିଲେ। ତେବେ ମୟଙ୍କ ଡାଗର ବିଜୟ କୁମାର ବ୍ୟାଶକ ଓ ୟସ ଦୟାଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଦଳ ପକ୍ଷରୁ ମହମ୍ମଦ ସିରାଜ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭର କରି ୪୬ ରନ୍ ଦେଇଥଲେ ବି ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ। ଅନ୍ୟପଟେ ୟସ ଦୟାଲ ମଧ୍ୟ ତାଙ୍କ ୪ ଓଭରେ ମାତ୍ର ଗୋଟିଏ ୱିକେଟ୍ ନେଇ ୪୬ ରନ୍ ଦେଇଥିଲେ। ଯାହା ଦଳକୁ ଘାଟାରେ ପକାଇଥିଲେ।
ଆଲ୍ଜାରୀ ଜୋସେଫ୍ ୨ ଓଭର କରି ୩୪ ରନ୍ (ଜିରୋ ୱିକେଟ୍), ବିଜୟ କୁମାର ବ୍ୟାଶକ ୪ ଓଭରରେ ୨୩ ରନ୍(ଜିରୋ ୱିକେଟ୍), ମୟଙ୍କ ଡାଗର ଗୋଟିଏ ୱିକେଟ୍ ନେଇଥିଲେ।
ପଏଣ୍ଟ ଟେବୁଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦୁଇଟି ମ୍ୟାଚ୍ ଖେଳି ଦୁଇଟିର ଜିତି ନମ୍ବର ୱାନ୍ରେ ଥିବା ବେଳେ ତା' ପଛକୁ କୋଲକାତା ଓ ରାଜସ୍ଥାନ ଦୁଇଟି ଲେଖାଏ ମ୍ୟାଚ୍ ଜିତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଆର୍ସିବି ୩ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ୨ଟିରେ ପରାଜିତ ହୋଇଛି। ଆର୍ସିବି ପଏଣ୍ଟ ଟେବୁଲ୍ରେ ଷଷ୍ଠ ସ୍ଥାନରେ ରହିଛି।