ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କଲା ଗୋଲାମୁଣ୍ଡା କୃଷି ବିଭାଗ।
କଳାହାଣ୍ଡି:୧୫/୦୬ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଠାରେ ଥିବା ଏକ ସାର ଗୋଦାମ ରେ ବେଇଆନ ଭାବେ ବିଭିନ୍ନ ପ୍ରକାର ସାର ଗଚ୍ଛିତ ଥିବା ନେଇ ଅଭିଯୋଗ ପରେ କୃଷି ବିଭାଗୀୟ ଅଧିକାରୀ ମାନେ ଚଢ଼ାଉ କରି ସାର ଜବତକରିଥିବା ଜଣାପଡିଛି। ସୂଚନା ମତେ ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ଵ ରେ ଥିବା ଏକ ଦୋକାନ ଗୃହ ରେ ପୁଲକିତ ବାଓ ଫର୍ଟିଲାଇଜର ପ୍ରାଇଭେଟ ଲିମିଟେଡ଼ ଓଲ୍ଡ ଦିଲ୍ଲୀ ଗୁରଗାଓଁ ରୋଡ଼ ନିହାଲ ଭବନ ଡୁଣ୍ଢେରା […] The post ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କଲା ଗୋଲାମୁଣ୍ଡା କୃଷି ବିଭାଗ। appeared first on Odisha.News.
କଳାହାଣ୍ଡି:୧୫/୦୬
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଠାରେ ଥିବା ଏକ ସାର ଗୋଦାମ ରେ ବେଇଆନ ଭାବେ ବିଭିନ୍ନ ପ୍ରକାର ସାର ଗଚ୍ଛିତ ଥିବା ନେଇ ଅଭିଯୋଗ ପରେ କୃଷି ବିଭାଗୀୟ ଅଧିକାରୀ ମାନେ ଚଢ଼ାଉ କରି ସାର ଜବତକରିଥିବା ଜଣାପଡିଛି। ସୂଚନା ମତେ ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ଵ ରେ ଥିବା ଏକ ଦୋକାନ ଗୃହ ରେ ପୁଲକିତ ବାଓ ଫର୍ଟିଲାଇଜର ପ୍ରାଇଭେଟ ଲିମିଟେଡ଼ ଓଲ୍ଡ ଦିଲ୍ଲୀ ଗୁରଗାଓଁ ରୋଡ଼ ନିହାଲ ଭବନ ଡୁଣ୍ଢେରା ଗୁରଗାଁଓ ହରିୟାଣା ରୁ ଉଲ୍ଲେଖ ହୋଇଥିବା କିଷାନ ଖତ ରହିଥିବା କିଛି ସ୍ଥାନୀୟ ସାର ବ୍ୟବସାୟୀ ମାନେ ଗୋଲାମୁଣ୍ଡା କୃଷି ବିଭାଗ ଓ ଗୋଲାମୁଣ୍ଡା ଥାନା ରେ ଲିଖିତ ଏତଲା କରିଥିଲେ।ଅଭିଯୋଗ କୁ ଭିତ୍ତି କରି ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ଏବଂ ଅତିରିକ୍ତ ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଉକ୍ତ ଦୋକାନ ପାଖକୁ ଯାଇ ମୋଟ ୪୮୦ ବସ୍ତା ସାର ଜବତ କରି ସ୍ଥାନୀୟ କୃଷି ସେବା ସମବାୟ ଠାରେ ଜିମା ଦେଇଛନ୍ତି। ତଦନ୍ତ ସମୟରେ ୩୪୦ବସ୍ତା କିଷାନ ଖତ ନାମକ ଡିଏପି, ସୁପର ଏକ୍ସନ ନାମକ ପଟାସ ୧୪୦ ବସ୍ତା ଏବଂ ୫୦ ବୋତଲ ପ୍ରେଷ୍ଟିସାଇଡ଼ ଜବତ ହୋଇଥିବା ବେଳେ ଷ୍ଟକ ରେଜିଷ୍ଟର, ବିକ୍ରି ରେଜିଷ୍ଟର, ଜମା ରଖିବା ସ୍ଥାନ, ବିକ୍ରି କରିବା ସ୍ଥାନ ଓ ଅନ୍ୟ ସରକାରୀ ତଥ୍ୟ ମାନେ ତଦନ୍ତ କରାଯାଇଥିଲା। କିନ୍ତୁ ଯେଉଁ ବ୍ୟକ୍ତି ଜଣକ ଏହି ସାର ବିକ୍ରି ପାଇଁ ଆଣିଥିଲେ ତାଙ୍କ ପାଖରେ ସଠିକ ତଥ୍ୟ ନ ଥିଲା। ବ୍ୟବସାୟୀ ଜଣକ ଏହି ସାର କୁ ଚଢା ଦରରେ ଚାଷୀଙ୍କ ପାଖରେ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଜବତ ହୋଇଥିବା କିଷାନ ଖତ ଗୋଲାମୁଣ୍ଡା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଚ୍ଛିତ ହୋଇ ବିକ୍ରି ହେଉଥିଲେ ମଧ୍ୟ ଜିଲ୍ଲା କୃଷି ବିଭାଗ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଖବର ନ ଥିବା ଘଟଣା ସନ୍ଦେହ ଥିବା ନେଇ କୃଷକ ନେତା ସାଉଲ ମଙ୍ଗରାଜ ଅଭିଯୋଗ କରିଛନ୍ତି ଓ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାନ ଗଲେ ଆଗାମୀ ଦିନରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୃଷକ ନେତା ଶ୍ରୀ ମଙ୍ଗରାଜ ଚେତାବନି ଦେଇଛନ୍ତି।
The post ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କଲା ଗୋଲାମୁଣ୍ଡା କୃଷି ବିଭାଗ। appeared first on Odisha.News.