ବେଲପଡ଼ା ସହରରେ ବ୍ୟାପୁଛି ଝାଡ଼ାବାନ୍ତି

ବଲାଙ୍ଗୀର,୧୯।୮: ବଲାଙ୍ଗୀର ଜିଲା ବେଲପଡ଼ା ସହରରେ ଝାଡାବାନ୍ତି ଆତଙ୍କ ଲାଗି ରହିଛି। ବେଲପଡ଼ାର ତଳିପଡ଼ାରେ ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ଜଣଙ୍କ ମତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ୨୫ରୁ ଅଧିକ ଲୋକ ଝାଡ଼ ଝାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଅନ୍ୟପକ୍ଷେ ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସହରର ବିଭିନ୍ନ ନାଳ, ନର୍ଦ୍ଦମା ସଫା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏଭଳି […] The post ବେଲପଡ଼ା ସହରରେ ବ୍ୟାପୁଛି ଝାଡ଼ାବାନ୍ତି appeared first on Dharitri Odia News.

ବେଲପଡ଼ା ସହରରେ ବ୍ୟାପୁଛି ଝାଡ଼ାବାନ୍ତି

ବଲାଙ୍ଗୀର,୧୯।୮: ବଲାଙ୍ଗୀର ଜିଲା ବେଲପଡ଼ା ସହରରେ ଝାଡାବାନ୍ତି ଆତଙ୍କ ଲାଗି ରହିଛି। ବେଲପଡ଼ାର ତଳିପଡ଼ାରେ ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ଜଣଙ୍କ ମତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ୨୫ରୁ ଅଧିକ ଲୋକ ଝାଡ଼ ଝାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ଅନ୍ୟପକ୍ଷେ ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସହରର ବିଭିନ୍ନ ନାଳ, ନର୍ଦ୍ଦମା ସଫା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତରେ ସହରରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିବାରେ ଲାଗିଛି। ଏନେଇ ସହରରେ ଡେଙ୍ଗୁକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ତୁରନ୍ତ ଡ୍ରେନେଜ ସଫା କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପକ୍ଷେ କିଛି ଦିନ ତଳେ ଜିଲାର ସଇଁତଳା ସହରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପରି କି ସହରର ୧୧ଜଣ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି।

The post ବେଲପଡ଼ା ସହରରେ ବ୍ୟାପୁଛି ଝାଡ଼ାବାନ୍ତି appeared first on Dharitri Odia News.