ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ
ସୋର : ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତରାଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି । ଏସବିଆଇ ୧୦ ତାରିଖ ଠାରୁ ବନ୍ଦ ଥିବା ବେଳେ ଆଜି ମଧ୍ୟାହ୍ନରେ ବ୍ୟାଙ୍କ ଶାଖା ପରିଚାଳକ କୌଣସି କାମରେ ବ୍ୟାଙ୍କକୁ ଆସିଥିଲେ । ତେବେ ବ୍ୟାଙ୍କ ଖୋଲିବା ପରେ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ହୋଇ ପଡ଼ିଥିବା ବେଳେ ସ୍କାଏ ଲାଇଟ ଭାଙ୍ଗିଥିବା ଦେଖାଯାଇଥିଲା […] The post ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ appeared first on KNews Odisha.

ସୋର : ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତରାଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି । ଏସବିଆଇ ୧୦ ତାରିଖ ଠାରୁ ବନ୍ଦ ଥିବା ବେଳେ ଆଜି ମଧ୍ୟାହ୍ନରେ ବ୍ୟାଙ୍କ ଶାଖା ପରିଚାଳକ କୌଣସି କାମରେ ବ୍ୟାଙ୍କକୁ ଆସିଥିଲେ ।
ତେବେ ବ୍ୟାଙ୍କ ଖୋଲିବା ପରେ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ହୋଇ ପଡ଼ିଥିବା ବେଳେ ସ୍କାଏ ଲାଇଟ ଭାଙ୍ଗିଥିବା ଦେଖାଯାଇଥିଲା । ଏନେଇ ସେ ସାଙ୍ଗେ ସାଙ୍ଗେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଯାାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ଚୋରମାନେ ବ୍ୟାଙ୍କର ବାହାର ପଟୁ ସ୍କାଏ ଲାଇଟ୍ ଭାଙ୍ଗି ବ୍ୟାଙ୍କ ଭିତରକୁ ଚୋରି କରିବା ପାଇଁ ପଶିଥିବା ଅନୁମାନ କରାଯାଉଛି । ଷ୍ଟ୍ରଙ୍ଗ ରୁମ ଚାବି ଭଙ୍ଗା ଯାଇଥିଲା ଵେଳେ ଵ୍ୟାଙ୍କର ବିଭିନ୍ନ ସରଞ୍ଜାମ ମଧ୍ୟ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡ଼ିଛି । ତେବେ କଣ ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
The post ବ୍ୟାଙ୍କ ଛୁଟି ବେଳେ ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ଉଦ୍ୟମ appeared first on KNews Odisha.