ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ପରାମର୍ଶଦାତାଙ୍କୁ କହିଛନ୍ତି, ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ପରୀକ୍ଷା କରାଯାଇଥିବା ଘିଅକୁ ନଷ୍ଟ କରାଯାଇଛି। ଦେବତାଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି। ତିରୁପତି ଲଡୁ ବିବାଦ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହା ବିଶ୍ୱାସର ବିଷୟ। ଯଦି ଦୂଷିତ […] The post ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ପରାମର୍ଶଦାତାଙ୍କୁ କହିଛନ୍ତି, ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ପରୀକ୍ଷା କରାଯାଇଥିବା ଘିଅକୁ ନଷ୍ଟ କରାଯାଇଛି। ଦେବତାଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି। ତିରୁପତି ଲଡୁ ବିବାଦ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହା ବିଶ୍ୱାସର ବିଷୟ। ଯଦି ଦୂଷିତ ଘିଅକୁ ବ୍ୟବହାର କରାଯାଇଛି ତେବେ ଏହା ଗ୍ରହଣୀୟ ନୁହେଁ।
ଏହି ସପ୍ତାହ ପୂର୍ବରୁ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏବଂ ପୂର୍ବତନ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧ୍ୟକ୍ଷ ତଥା ରାଜ୍ୟ ସଭା ଏମ୍ପି ୟେ.ଭି ସୁବା ରେଡ୍ଡୀଙ୍କ ଦ୍ୱାରା ପିଟିସନ ଦାଖଲ କରାଯାଇଥିଲା। ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରୁଛି।
ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ତାଗିଦ କରି ଜୁଲାଇରେ ଆସିଥିବା ରିପୋର୍ଟ ଉପରେ ଦୁଇମାସ ପରେ କାହିଁକି ବିବୃତ୍ତି ଦେଇଛନ୍ତି ବୋଲି ପଚାରିଥିଲେ। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପଚାରିଥିଲେ ଯେ, ପ୍ରସାଦ ଲଡୁ ତିଆରିରେ ଦୂଷିତ ଘିଅ ବ୍ୟବହାର କରାଯାଇଛି କି ନାହିଁ? ଟିଡିପି ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି, ଲଡୁର ସ୍ବାଦ ଭଲ ନୁହେଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି, ପ୍ରଦୂଷିତ ଘିକୁ ପ୍ରସାଦ ପାଇଁ ବ୍ୟବହାର କରାଯାଉଥିବା କୌଣସି ପ୍ରମାଣ ଅଛି କି ନାହିଁ ସେ ବିଷୟରେ ଜଣାନ୍ତୁ।
The post ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Dharitri Odia News.