ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ
ତିହିଡ଼ି,୧୯ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ଗଦି ଲେଭଲ କ୍ରସିଂଠାରେ ଶୁକ୍ରବାର ସକାଳୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ରେଳପଥ ଅବରୋଧ କରାଯାଇଛି। ରେଳପଥ ପାଇଁ ଜମି ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳପଥ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ, ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବା ଇତ୍ୟାଦି ୯ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିବା ଜଣାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଚାନ୍ଦବାଲିର ଯୁବନେତା ସତ୍ୟାନନ୍ଦ […] The post ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ appeared first on Dharitri Odia News.
ତିହିଡ଼ି,୧୯ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ଗଦି ଲେଭଲ କ୍ରସିଂଠାରେ ଶୁକ୍ରବାର ସକାଳୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ରେଳପଥ ଅବରୋଧ କରାଯାଇଛି। ରେଳପଥ ପାଇଁ ଜମି ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳପଥ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ, ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବା ଇତ୍ୟାଦି ୯ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିବା ଜଣାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଚାନ୍ଦବାଲିର ଯୁବନେତା ସତ୍ୟାନନ୍ଦ ରାଉତ, ତିହିଡ଼ି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ବରିଷ୍ଠ ନେତା ଦିଗମ୍ବର ଦାସ, ମନୋଜ ବିଶ୍ୱାଳ, ଚାନ୍ଦବାଲି ଯୁବ କଂଗ୍ରେସ ସଭାପତି ଶକ୍ତିପ୍ରତାପ ବିଶ୍ୱାଳ, ସୁଦର୍ଶନ ସ୍ବାଇଁ, ବସନ୍ତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ରେଳପଥ ଅବରୋଧ କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ମାସକ ପୂର୍ବେ ଦାବି ପୂରଣ ପାଇଁ ଆଦାନୀ କମ୍ପାନୀ ସମେତ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।
The post ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ appeared first on Dharitri Odia News.