ଭର୍ଚୁଆଲ୍‌ ମାଧ୍ୟମରେ ୬ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶର ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୋଦୀଙ୍କ ଟାଟାନଗରରେ ଗସ୍ତ ବାତିଲ ହେବାରୁ ସେ ଭର୍ଚୁଆଲ୍‌ରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତଥାପି ଟାଟାନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର୍‌ ପ୍ରମୁଖଙ୍କ ସହ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଆରମ୍ଭ ହୋଇଥିବା […]

ଭର୍ଚୁଆଲ୍‌ ମାଧ୍ୟମରେ ୬ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶର ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୋଦୀଙ୍କ ଟାଟାନଗରରେ ଗସ୍ତ ବାତିଲ ହେବାରୁ ସେ ଭର୍ଚୁଆଲ୍‌ରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତଥାପି ଟାଟାନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର୍‌ ପ୍ରମୁଖଙ୍କ ସହ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଗୁଡ଼ିକ ମଧ୍ୟରେ ଟାଟାନଗର-ପାଟଣା, ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାଓଡ଼ା, ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା ଓ ଗୟା-ହାୱଡ଼ା ଏକ୍ସପ୍ରେସ ରହିଛି। ଏହାଦ୍ବାରା ବିଭିନ୍ନ ପ୍ରମୁଖ ସ୍ଥାନକୁ ଯୋଗାଯୋଗ ବ୍ୟବସ୍ଥା ଦ୍ରୁତ ହୋଇପାରିବ। ଦେଶରେ ତୀର୍ଥ ଓ ପର୍ଯ୍ୟଟନ ସୁଦୃଢ଼ ହୋଇପାରିବ। ଦେଓଘରର ବୈଦ୍ୟନାଥ ଧାମ (ଝାଡ଼ଖଣ୍ଡ), ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର (ଉତ୍ତରପ୍ରଦେଶ), କୋଲକାତାର କାଳିଘାଟ, ବେଲୁର ମଠଗୁଡ଼କୁ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଏହାସହ ଧାନବାଦର କୋଇଲା ଓ ଖଣି ଶିଳ୍ପ, କୋଲକାତାର ଝୋଟ ଶିଳ୍ପ ଏବଂ ଶିଳ୍ପବହୁଳ ଦୁର୍ଗାପୁର ମଧ୍ୟରେ ମଧ୍ୟ ଉତ୍ତମ ଯୋଗାଯୋଗ ହୋଇପାରିବ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ଅବସରରେ କହିଛନ୍ତି।