ଭାଜପା ଛାଡ଼ିଲେ ରବି ନାରାୟଣ ପାଣି

ଭୁବନେଶ୍ୱର,୫।୪: ଭାଜପା ଛାଡ଼ିଲେ ପୂର୍ବତନ ଏମ୍‌ପି, ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି। ଏଣୁ ସେ ଦଳ ଛାଡ଼ୁଥିବା ରବି ନାରାୟଣ ଇସ୍ତଫା […] The post ଭାଜପା ଛାଡ଼ିଲେ ରବି ନାରାୟଣ ପାଣି appeared first on Dharitri Odia News.

ଭାଜପା ଛାଡ଼ିଲେ ରବି ନାରାୟଣ ପାଣି

ଭୁବନେଶ୍ୱର,୫।୪: ଭାଜପା ଛାଡ଼ିଲେ ପୂର୍ବତନ ଏମ୍‌ପି, ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି। ଏଣୁ ସେ ଦଳ ଛାଡ଼ୁଥିବା ରବି ନାରାୟଣ ଇସ୍ତଫା ପତ୍ରରେ ଲେଖିଛନ୍ତି।
କହିରଖୁଛୁ, ରବି ନାରାୟଣ ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ଆସନରୁ ବିଧାୟକ ହୋଇଥିଲେ। ଏପରିକି ତାଙ୍କୁ ଦଳର ମୁଖ୍ୟ ସଚେତକ କରାଯାଇଥିଲା। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ସେ ଖପ୍ପା ହୋଇ ଭାଜପାରେ ସାମିଲ ହୋଇଥିଲେ।

The post ଭାଜପା ଛାଡ଼ିଲେ ରବି ନାରାୟଣ ପାଣି appeared first on Dharitri Odia News.