ଭାରତକୁ ବିଶ୍ୱବ୍ୟାଙ୍କ ଦେବେ ୧୫୦ କୋଟି ଡଲାରର ସହାୟତା, ଗ୍ରୀନ ହାଇଡ୍ରୋଜନ ଉତ୍ପାଦନ ହେବ ସହଜ

ନୂଆଦିଲ୍ଲୀ ୩୦।୬: ଗ୍ରୀନ ଏନର୍ଜୀକୁ ଉତ୍ସାହିତ କରିବା ଓ କାର୍ବନ ନିର୍ଗମନ କମ କରିବା ଲାଗି ବିଶ୍ୱବ୍ୟାଙ୍କ ଭାରତ ଲାଗି ୧୫୦ କୋଟି ଡଲାର ସହାୟତାକୁ ମଞ୍ଜୁର କରିଛନ୍ତି। ଏଥିରେ ରିନ୍ୱେବଲ ଏନର୍ଜୀକୁ ଉତ୍ସାହିତ କରିବାକୁ ଭାରତକୁ ସହାୟତା ମିଳିବ। ମାମଲାରେ ବିଶ୍ୱବ୍ୟାଙ୍କ ଶନିବାର କହିଛନ୍ତି ଯେ ଲୋ କାର୍ବନ ଏନର୍ଜୀ କାର୍ଯ୍ୟକ୍ରମ ବିକାଶ ନୀତିରେ ଆର୍ଥିକ ସହାୟତା ପ୍ରଦାନର ଏହା ଦ୍ୱିତୀୟ କିସ୍ତି। ଏହା ପୂର୍ବରୁ ଗତ ବର୍ଷ ଜୁନ ମାସରେ ବିଶ୍ୱବ୍ୟାଙ୍କ ଭାରତକୁ ୧୫୦ କୋଟି ଡଲାର ମଞ୍ଜୁର କରିଥିଲେ। ଏହି ଆର୍ଥିକ ସହାୟତାରେ ଭାରତ ପ୍ରତି ବର୍ଷ ୪,୫୦,୦୦୦ ମେଟ୍ରିକ ଟନ ଗ୍ରୀନ ହାଇଡ୍ରୋଜନ ଓ୧,୫୦୦ ମେଗାୱାଟ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କରିବ ବୋଲି ଆକଳନ କରାଯାଉଛି। ଏହା ଅକ୍ଷୟ ଉର୍ଜା କ୍ଷମତାକୁ ବୃଦ୍ଧି କରିବା ସହ ପ୍ରତିବର୍ଷ ୫୦ ନିୟୁତ ଟନ ନିର୍ଗମନ ହ୍ରାସ କରିବାରେ ସହାୟତା କରିବ। ବିଶ୍ୱବ୍ୟାଙ୍କ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥ ବ୍ୟବସ୍ଥା ଓ ଜନସଂଖ୍ୟାର ଦେଶ ଭାରତକୁ କମ କାର୍ବନର ନମନିୟ ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଘରୋଇ ଓ ବୈଶ୍ୱିକ ଉଭୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଅଗଷ୍ଟେ ତାନୋ କୌମେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ଭାରତର କମ କାର୍ବନ ବିକାଶ ରଣନୀତିର ସମର୍ଥନ ଜାରି ରଖିବେ। ଯାହା ଦ୍ୱାରା ଦେଶକୁ ଶୁଦ୍ଧ ଶୂନ୍ୟ ନିର୍ଗମନ ଲକ୍ଷ ହାସଲ

ଭାରତକୁ ବିଶ୍ୱବ୍ୟାଙ୍କ ଦେବେ ୧୫୦ କୋଟି ଡଲାରର ସହାୟତା, ଗ୍ରୀନ ହାଇଡ୍ରୋଜନ ଉତ୍ପାଦନ ହେବ ସହଜ

ନୂଆଦିଲ୍ଲୀ ୩୦।୬: ଗ୍ରୀନ ଏନର୍ଜୀକୁ ଉତ୍ସାହିତ କରିବା ଓ କାର୍ବନ ନିର୍ଗମନ କମ କରିବା ଲାଗି ବିଶ୍ୱବ୍ୟାଙ୍କ ଭାରତ ଲାଗି ୧୫୦ କୋଟି ଡଲାର ସହାୟତାକୁ ମଞ୍ଜୁର କରିଛନ୍ତି। ଏଥିରେ ରିନ୍ୱେବଲ ଏନର୍ଜୀକୁ ଉତ୍ସାହିତ କରିବାକୁ ଭାରତକୁ ସହାୟତା ମିଳିବ। ମାମଲାରେ ବିଶ୍ୱବ୍ୟାଙ୍କ ଶନିବାର କହିଛନ୍ତି ଯେ ଲୋ କାର୍ବନ ଏନର୍ଜୀ କାର୍ଯ୍ୟକ୍ରମ ବିକାଶ ନୀତିରେ ଆର୍ଥିକ ସହାୟତା ପ୍ରଦାନର ଏହା ଦ୍ୱିତୀୟ କିସ୍ତି। ଏହା ପୂର୍ବରୁ ଗତ ବର୍ଷ ଜୁନ ମାସରେ ବିଶ୍ୱବ୍ୟାଙ୍କ ଭାରତକୁ ୧୫୦ କୋଟି ଡଲାର ମଞ୍ଜୁର କରିଥିଲେ। 

ଏହି ଆର୍ଥିକ ସହାୟତାରେ ଭାରତ ପ୍ରତି ବର୍ଷ ୪,୫୦,୦୦୦ ମେଟ୍ରିକ ଟନ ଗ୍ରୀନ ହାଇଡ୍ରୋଜନ ଓ୧,୫୦୦ ମେଗାୱାଟ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କରିବ ବୋଲି ଆକଳନ କରାଯାଉଛି। ଏହା ଅକ୍ଷୟ ଉର୍ଜା କ୍ଷମତାକୁ ବୃଦ୍ଧି କରିବା ସହ ପ୍ରତିବର୍ଷ ୫୦ ନିୟୁତ ଟନ ନିର୍ଗମନ ହ୍ରାସ କରିବାରେ ସହାୟତା କରିବ। ବିଶ୍ୱବ୍ୟାଙ୍କ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥ ବ୍ୟବସ୍ଥା ଓ ଜନସଂଖ୍ୟାର ଦେଶ ଭାରତକୁ କମ କାର୍ବନର ନମନିୟ ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଘରୋଇ ଓ ବୈଶ୍ୱିକ ଉଭୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ। 

ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଅଗଷ୍ଟେ ତାନୋ କୌମେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ଭାରତର କମ କାର୍ବନ ବିକାଶ ରଣନୀତିର ସମର୍ଥନ ଜାରି ରଖିବେ। ଯାହା ଦ୍ୱାରା ଦେଶକୁ ଶୁଦ୍ଧ ଶୂନ୍ୟ ନିର୍ଗମନ ଲକ୍ଷ ହାସଲରେ ସହାୟତା ମିଳିବ। ଏହା ଛଡା ଘରୋଇ କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ସମ୍ପର୍କିତ ଚାକିରୀକୁ ପ୍ରୋତ୍ସାହନ ମିଳିବ। ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରୀନ ହାଇଡ୍ରୋଜନ ରିନ୍ୱେବଲ ଏନର୍ଜୀ କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି।