ଭାରତୀୟଙ୍କ ପାଇଁ କାନାଡାରୁ ଆସିଲା ଖୁସି ଖବର ! ନାଗରିକତା ନିୟମ ବଦଳାଇବେ ଟ୍ରୁଡୋ ସରକାର
ନୂଆଦିଲ୍ଲୀ: ନାଗରିକତା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କାନାଡା ସରକାର। ଯଦି ଅନ୍ୟ ଦେଶରେ କାନାଡିୟ ନାଗରିକର ସନ୍ତାନ ଜନ୍ମ ହୁଏ, ତେବେ ସେ ମଧ୍ୟ କାନାଡିୟ ନାଗରିକତ୍ୱ ପାଇପାରିବେ। ଗୁରୁବାର କାନାଡାର ବୈଦେଶିକ ମନ୍ତ୍ରୀ ମାର୍କ ମିଲର ଏହି ସୂଚନା ଦେଇଛନ୍ତି।ପ୍ରକାଶଥାଉକି କାନାଡା ସରକାର ୨୦୦୯ରେ ନାଗରିକତ୍ୱ ଆଇନରେ ସଂଶୋଧନ କରିଥିଲେ। ତେବେ ବର୍ତ୍ତମାନ କାନାଡା ସରକାର ବଂଶାନୁକ୍ରମିକ ନାଗରିକତ୍ୱ ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ମାର୍କ ମିଲରଙ୍କ ଦ୍ୱାରା ପ୍ରସ୍ତାବିତ ଆଇନ ଅନୁଯାୟୀ, ଏହି ନିୟମ ପ୍ରଥମ ପିଢିରୁ ଦ୍ୱିତୀୟ ପିଢି ପର୍ଯ୍ୟନ୍ତ ବଂଶାନୁକ୍ରମିକ ଆଧାରରେ ବିସ୍ତାର ହେବ। ଏହି ନିୟମକୁ ଅନେକ ଦେଶରୁ ଆସିଥିବା ପ୍ରବାସୀମାନେ ମଧ୍ୟ ସ୍ୱାଗତ କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୨୦୦୯ ପରେ ବିଦେଶରେ ସନ୍ତାନ ଜନ୍ମ କରିଥିବା କାନାଡୀୟମାନଙ୍କୁ କାନାଡୀୟ ନାଗରିକତ୍ୱ ଦିଆଯିବ। ଯଦିଓ ଏହା ପୂର୍ବରୁ ହୋଇନଥିଲା, କିନ୍ତୁ ବର୍ତ୍ତମାନ କାନାଡା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ନୂଆଦିଲ୍ଲୀ: ନାଗରିକତା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କାନାଡା ସରକାର। ଯଦି ଅନ୍ୟ ଦେଶରେ କାନାଡିୟ ନାଗରିକର ସନ୍ତାନ ଜନ୍ମ ହୁଏ, ତେବେ ସେ ମଧ୍ୟ କାନାଡିୟ ନାଗରିକତ୍ୱ ପାଇପାରିବେ। ଗୁରୁବାର କାନାଡାର ବୈଦେଶିକ ମନ୍ତ୍ରୀ ମାର୍କ ମିଲର ଏହି ସୂଚନା ଦେଇଛନ୍ତି।
ପ୍ରକାଶଥାଉକି କାନାଡା ସରକାର ୨୦୦୯ରେ ନାଗରିକତ୍ୱ ଆଇନରେ ସଂଶୋଧନ କରିଥିଲେ। ତେବେ ବର୍ତ୍ତମାନ କାନାଡା ସରକାର ବଂଶାନୁକ୍ରମିକ ନାଗରିକତ୍ୱ ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ମାର୍କ ମିଲରଙ୍କ ଦ୍ୱାରା ପ୍ରସ୍ତାବିତ ଆଇନ ଅନୁଯାୟୀ, ଏହି ନିୟମ ପ୍ରଥମ ପିଢିରୁ ଦ୍ୱିତୀୟ ପିଢି ପର୍ଯ୍ୟନ୍ତ ବଂଶାନୁକ୍ରମିକ ଆଧାରରେ ବିସ୍ତାର ହେବ। ଏହି ନିୟମକୁ ଅନେକ ଦେଶରୁ ଆସିଥିବା ପ୍ରବାସୀମାନେ ମଧ୍ୟ ସ୍ୱାଗତ କରିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୨୦୦୯ ପରେ ବିଦେଶରେ ସନ୍ତାନ ଜନ୍ମ କରିଥିବା କାନାଡୀୟମାନଙ୍କୁ କାନାଡୀୟ ନାଗରିକତ୍ୱ ଦିଆଯିବ। ଯଦିଓ ଏହା ପୂର୍ବରୁ ହୋଇନଥିଲା, କିନ୍ତୁ ବର୍ତ୍ତମାନ କାନାଡା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।