ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ
ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ଖରିଆର ରୋଡସ୍ଥିତ ତାଙ୍କ ବାସ ଭବନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରହିଛି। ସୂଚନା ମୁତାବକ, ନୂଆପଡା ରାଜସ୍ବ ବିଭାଗରେ ମୁଖ୍ୟ କିରାଣିରୁ ଅବସର ନେବା ପରେ ସେହି ବିଭାଗରେ ସ୍ବତନ୍ତ୍ର ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ସେ ଜମିଜମା ମାମଲାରେ […] The post ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ appeared first on Dharitri Odia News.
ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ଖରିଆର ରୋଡସ୍ଥିତ ତାଙ୍କ ବାସ ଭବନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରହିଛି। ସୂଚନା ମୁତାବକ, ନୂଆପଡା ରାଜସ୍ବ ବିଭାଗରେ ମୁଖ୍ୟ କିରାଣିରୁ ଅବସର ନେବା ପରେ ସେହି ବିଭାଗରେ ସ୍ବତନ୍ତ୍ର ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ସେ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ନୂଆପଡା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଚନ୍ଦ୍ରକାରଙ୍କୁ ଟଙ୍କା ଦେବା ପାଇଁ କହିଥିଲେ। ଚନ୍ଦ୍ରକାର ସନ୍ଧ୍ୟା ପ୍ରାୟ ୭ଟାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜିଲାପାଳ କାର୍ଯ୍ୟାଳୟ ମିଶନଶକ୍ତି କୈଫେ ପାଖକୁ ଡକାଇଥିଲେ। ପୂର୍ବ ଯୋଜନା ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ମାଡି ବସିଥିଲେ। ଚଢାଉ ସମୟରେ ନୂଆପଡ଼ା ଭିିଜିଲାନ୍ସ ବିଭାଗ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀନବନ୍ଧୁ ବେହେରା, ଭବାନୀପାଟଣା ଭିଜିଲାନ୍ସ ବିଭାଗ ଇନ୍ସପେକ୍ଟର ପ୍ରମିଳା ସୁନା, ଆଲୋକ ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ଶିବ ପ୍ରସାଦ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
The post ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ appeared first on Dharitri Odia News.