ଭିନ୍ନ ବ୍ରାଣ୍ଡର ୧୦୬ ବୋତଲ ମଦ ଜବତ: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କେ.ସନ୍ତୋଷ ପାତ୍ରଙ୍କ ଦୋକାନରୁ ପୋଲିସ ବିଭିନ୍ନ ବ୍ରାଣ୍ଡର ୧୦୬ ଟି ବିଦେଶୀ ମଦ ବୋତଲ ଜବତ କରିଥିବା ଜଣାପଡିଛି। ଥାନା ମାମଲା ନଂ.୭୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ଥାନା ଏଏସଆଇ ଝୁନୁ ମାଝୀ ସଦଳବଳେ ଭୀଷ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଗ୍ରାମର ରଥଦାଣ୍ଡ ଛକରେ ଥିବା ସନ୍ତୋଷ ଏକ କେବିନରେ ବିଦେଶୀ […] The post ଭିନ୍ନ ବ୍ରାଣ୍ଡର ୧୦୬ ବୋତଲ ମଦ ଜବତ: ଅଭିଯୁକ୍ତ ଗିରଫ appeared first on Dharitri Odia News.

ଭିନ୍ନ ବ୍ରାଣ୍ଡର ୧୦୬ ବୋତଲ ମଦ ଜବତ: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କେ.ସନ୍ତୋଷ ପାତ୍ରଙ୍କ ଦୋକାନରୁ ପୋଲିସ ବିଭିନ୍ନ ବ୍ରାଣ୍ଡର ୧୦୬ ଟି ବିଦେଶୀ ମଦ ବୋତଲ ଜବତ କରିଥିବା ଜଣାପଡିଛି। ଥାନା ମାମଲା ନଂ.୭୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ଥାନା ଏଏସଆଇ ଝୁନୁ ମାଝୀ ସଦଳବଳେ ଭୀଷ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଗ୍ରାମର ରଥଦାଣ୍ଡ ଛକରେ ଥିବା ସନ୍ତୋଷ ଏକ କେବିନରେ ବିଦେଶୀ ମଦ ବୋତଲ ମହଜୁଦ ରଖି ବେଆଇନ ଭାବେ ବିକ୍ରି କରୁଥିବା ଖବର ପାଇଥିଲେ। ଏଏସଆଇଙ୍କ ନେତୃତ୍ୱରେ ପୋଲିସ ଟିମ ଉକ୍ତ କେବିନ ଉପରେ ଅତର୍କିତ ଚଢାଉ କରି ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ କେବିନ ଭିତରୁ ୧୧୦ଟି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ, ପ୍ଲାଷ୍ଟିକ ଲିଟର ମାପ ସରଞ୍ଜାମ ଏବଂ ଏକ ଫ୍ରିଜକୁ ଜବତ କରିବାସହ ଦୋକାନ ମାଲିକ ସନ୍ତୋଷଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ।

The post ଭିନ୍ନ ବ୍ରାଣ୍ଡର ୧୦୬ ବୋତଲ ମଦ ଜବତ: ଅଭିଯୁକ୍ତ ଗିରଫ appeared first on Dharitri Odia News.