ମଣିପୁରରେ ପୁଣି ହିଂସା: ଡିସିପି ଅଫିସ୍ ଭାଙ୍ଗିଲେ ଦୁର୍ବୃତ୍ତ, ପୁଲିସ ଅଫିସର ଆହତ

କାଙ୍ଗପୋକୀ: ମଣିପୁରରେ ହିଂସା ରୋକିବାରେ ବିଫଳ ବିରେନ ସିଂହଙ୍କ ସରକାର। କଟକଣା ଲଗାଇବା ସହ କ୍ଷମା ମାଗି ସାରିବା ପରେ ବି ଥମୁନି ହିଂସା। ଶୁକ୍ରବାର ପୁଣିଥରେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କାଙ୍ଗପୋକୀ ସହରରେ ଥିବା ଡେପୁଟି କମିଶନରଙ୍କ ଅଫିସ୍ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।ପୁଲିସର ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଉଥିବା ସମୟରେ କଙ୍ଗପୋକି ସହରରେ ପ୍ରଶାସନିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ କୁକି ଏବଂ ଆଦିବାସୀ ପ୍ରାଧାନ୍ୟ ପାହାଡ଼ି ଜିଲ୍ଲା କାଙ୍ଗପୋକପିରେ ନୂଆ ହିଂସାକାଣ୍ଡ ଦେଖିବାକୁ ମିଛି। ମଣିପୁର ହିଂସାକୁ ନେଇ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ। କ୍ଷମା କର ଏବଂ ଅତୀତକୁ ଭୁଲି ଯାଅ ବୋଲି କହିଥିଲେ। ଇମ୍ଫାଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିରେନ ସିଂହ ରାଜ୍ୟରେ ଧୀରେ ଧୀରେ ଶାନ୍ତି ଫେରୁଥିବା କହିଥିଲେ। ହେଲେ ଶୁକ୍ରବାର ପୁଣି ଅଶାନ୍ତି ବଢିଛି। ସୂଚନା ଥାଉକି ୨୦୨୩ ମେ ମାସର ଠାରୁ ମଣିପୁରରେ ଦୁଇ ସମ୍ପ୍ରଦାୟ କୁକୀ ଓ ମୈତେଇଙ୍କ ମଧ୍ୟରେ ହିଂସା ଲାଗି ରହିଛି। ଏଥିରେ ୨୦୦ ଲୋଙ୍କର ଜୀବନ ଯାଇ ସାରିଲାଣି। କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇସାରିଲାଣି। ହେଲେ ହିଂସା ରୋକିବାରେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକ

ମଣିପୁରରେ ପୁଣି ହିଂସା: ଡିସିପି ଅଫିସ୍ ଭାଙ୍ଗିଲେ ଦୁର୍ବୃତ୍ତ, ପୁଲିସ ଅଫିସର ଆହତ

କାଙ୍ଗପୋକୀ: ମଣିପୁରରେ ହିଂସା ରୋକିବାରେ ବିଫଳ ବିରେନ ସିଂହଙ୍କ ସରକାର। କଟକଣା ଲଗାଇବା ସହ କ୍ଷମା ମାଗି ସାରିବା ପରେ ବି ଥମୁନି ହିଂସା। ଶୁକ୍ରବାର ପୁଣିଥରେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କାଙ୍ଗପୋକୀ ସହରରେ ଥିବା ଡେପୁଟି କମିଶନରଙ୍କ ଅଫିସ୍ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

ପୁଲିସର ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଉଥିବା ସମୟରେ କଙ୍ଗପୋକି ସହରରେ ପ୍ରଶାସନିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ କୁକି ଏବଂ ଆଦିବାସୀ ପ୍ରାଧାନ୍ୟ ପାହାଡ଼ି ଜିଲ୍ଲା କାଙ୍ଗପୋକପିରେ ନୂଆ ହିଂସାକାଣ୍ଡ ଦେଖିବାକୁ ମିଛି। 

ମଣିପୁର ହିଂସାକୁ ନେଇ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ। କ୍ଷମା କର ଏବଂ ଅତୀତକୁ ଭୁଲି ଯାଅ ବୋଲି କହିଥିଲେ। ଇମ୍ଫାଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିରେନ ସିଂହ ରାଜ୍ୟରେ ଧୀରେ ଧୀରେ ଶାନ୍ତି ଫେରୁଥିବା କହିଥିଲେ। ହେଲେ ଶୁକ୍ରବାର ପୁଣି ଅଶାନ୍ତି ବଢିଛି। 

ସୂଚନା ଥାଉକି ୨୦୨୩ ମେ ମାସର ଠାରୁ ମଣିପୁରରେ ଦୁଇ ସମ୍ପ୍ରଦାୟ କୁକୀ ଓ ମୈତେଇଙ୍କ ମଧ୍ୟରେ ହିଂସା ଲାଗି ରହିଛି। ଏଥିରେ ୨୦୦ ଲୋଙ୍କର ଜୀବନ ଯାଇ ସାରିଲାଣି। କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇସାରିଲାଣି। ହେଲେ ହିଂସା ରୋକିବାରେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ହେଲେ ବି ସଫଳ ହୋଇ ନାହାନ୍ତି।