ଗଛରେ ପିଟିହୋଇ ଓଲଟିଲା ବସ୍: ୩୦ ଯାତ୍ରୀ ଆହତ
ଦଶପଲ୍ଲା,୮।୧୧: ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡା ଛକରେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବସ୍ ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିଲା। ହେଲେ ବସ୍ଟି ନୂଆଗାଁ ଥାନା ସୋରଡ଼ା ଛକରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ […] The post ଗଛରେ ପିଟିହୋଇ ଓଲଟିଲା ବସ୍: ୩୦ ଯାତ୍ରୀ ଆହତ appeared first on Dharitri Odia News.
ଦଶପଲ୍ଲା,୮।୧୧: ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡା ଛକରେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବସ୍ ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିଲା। ହେଲେ ବସ୍ଟି ନୂଆଗାଁ ଥାନା ସୋରଡ଼ା ଛକରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତାରେ ଓଲଟି ପଡିଥିଲା। ଫଳରେ ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
The post ଗଛରେ ପିଟିହୋଇ ଓଲଟିଲା ବସ୍: ୩୦ ଯାତ୍ରୀ ଆହତ appeared first on Dharitri Odia News.