ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା…

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। କେନ୍ଦ୍ର ସରକାର ୭ ଦିଦିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶେଷକୃତ୍ୟ ରାଜକୀୟ ସମ୍ମାନ ସହିତ କରାଯିବ। ମନମୋହନ ସିଂ ତାଙ୍କ ଜୀବନରେ ନିଜର ଗୋଟିଏ ଇଚ୍ଛା ପୂରଣ କରିପାରିଲେ ନାହିଁ । ଏକ ସାକ୍ଷାତକାର ସମୟରେ କଂଗ୍ରେସ ନେତା ରାଜୀବ ଶୁକ୍ଲା ତାଙ୍କ ଇଚ୍ଛା […] The post ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା… appeared first on Dharitri Odia News.

ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା…

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। କେନ୍ଦ୍ର ସରକାର ୭ ଦିଦିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶେଷକୃତ୍ୟ ରାଜକୀୟ ସମ୍ମାନ ସହିତ କରାଯିବ। ମନମୋହନ ସିଂ ତାଙ୍କ ଜୀବନରେ ନିଜର ଗୋଟିଏ ଇଚ୍ଛା ପୂରଣ କରିପାରିଲେ ନାହିଁ । ଏକ ସାକ୍ଷାତକାର ସମୟରେ କଂଗ୍ରେସ ନେତା ରାଜୀବ ଶୁକ୍ଲା ତାଙ୍କ ଇଚ୍ଛା ବିଷୟରେ ପ୍ରକାଶ କରିଛନ୍ତି।

ମନମୋହନ ସିଂଙ୍କ ଜନ୍ମ ପାକିସ୍ତାନର ଇସଲାମାବାଦର ୧୦୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ବସେ ଗାହ ଗ୍ରାମରେ ହୋଇଥିଲା। ସେ ଏହି ଗାଁର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲା। ଡ. ମନମୋହନ ସିଂ ବିଦେଶରେ କାମ କରୁଥିବା ସମୟରେ ଥରେ ପାକିସ୍ତାନ ଗସ୍ତ କରିଥିଲେ।

ଏକ ସାକ୍ଷାତକାରରେ କଂଗ୍ରେସ ନେତା ରାଜୀବ ଶୁକ୍ଲା କହିଛନ୍ତି ଯେ ବିଦେଶରେ କାମ କରିବାବେଳେ ସେ ନିଜ ସାଙ୍ଗଙ୍କ ସହ ରାୱଲପିଣ୍ଡି ଯାଇଥିଲେ। ତା’ପରେ ସେ ଗୁରୁଦ୍ୱାରକୁ ଯାଇଥିଲେ, ଯେଉଁଠାରେ ସେ ବାଲ୍ୟକାଳରେ ବୈଶାଖୀ ଦିନରେ ଯାଉଥିଲେ। ଏହି ସମୟ ମଧ୍ୟରେ ସେ ନିଜ ଗାଁକୁ ଯାଇ ନ ଥିଲେ।

ରାଜୀବ ଶୁକ୍ଲା କହିଛନ୍ତି, ପାକିସ୍ତାନରୁ ଫେରିବା ପରେ ମୁଁ ତାଙ୍କ ସହ ପିଏମ ହାଉସରେ ବସିଥିଲି। ତା’ପରେ ସେ ମୋତେ କହିଥିଲେ ଯେ ମୁଁ ମଧ୍ୟ ପାକିସ୍ତାନର କେଉଁଠାକୁ ଯିବାକୁ ଚାହୁଁଛନ୍ତି। କଏହାର ଉତ୍ତରରେ ସେ କହିଥିଲେ ମୁଁ ମୋ ଗାଁକୁ ଯିବାକୁ ଚାହୁଁଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ତାଙ୍କୁ ପଚାରିଥିଲି କି ସେ ତାଙ୍କ ପୈତୃକ ଘର ଦେଖିବାକୁ ଚାହୁଁଛନ୍ତି କି? ସେ କହିଥିଲେ ଯେ ମୋର ଘର ବହୁ ପୂର୍ବରୁ ନଷ୍ଟ ହୋଇଯାଇଛି। ମୁଁ ଯେଉଁ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତୁ ପଢିଥିଲି, ତାକୁ ଦେଖିବାକୁ ଚାହୁଁଛି। ହେଲେ ସେ କେବେ ପାକିସ୍ତାନ ଯାଇପାରିଲେ ନାହିଁ ଏବଂ ତାଙ୍କ ଇଚ୍ଛା ପୂରଣ ହୋଇପାରିଲା ନାହିଁ।

The post ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା… appeared first on Dharitri Odia News.