ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୋଗରାଇ,୨୮।୨ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ୨୦୨୧ ଏପ୍ରିଲ ୨୭ ତାରିଖରେ ପଣ୍ଡିଚେରୀରେ ପଦ୍ମଭୂଷଣ କଥାକାର ମନୋଜ ଦାସଙ୍କ ଦେହାନ୍ତ ପରେ ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ରାଜ୍ୟ ସରକାର ଐତିହ୍ୟ ସ୍ମାରକୀ ଭାବରେ ନିର୍ମା କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ପରିବାର […] The post ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୋଗରାଇ,୨୮।୨ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ୨୦୨୧ ଏପ୍ରିଲ ୨୭ ତାରିଖରେ ପଣ୍ଡିଚେରୀରେ ପଦ୍ମଭୂଷଣ କଥାକାର ମନୋଜ ଦାସଙ୍କ ଦେହାନ୍ତ ପରେ ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ରାଜ୍ୟ ସରକାର ଐତିହ୍ୟ ସ୍ମାରକୀ ଭାବରେ ନିର୍ମା କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।
ପରିବାର ପକ୍ଷରୁ ୩.୫୫ ଏକର ଜମିଦାନ କରାଯାଇଥିଲ। ସେହିପରି ସରକାରଙ୍କ ସଂସ୍କୃତି ବିଭାଗ ଏ ନେଇ ୧୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଇଣ୍ଟାକ ଓ ପୂର୍ତ୍ତ ବିଭାଗ ମିଳିତ ଭାବରେ ତାଙ୍କର ପୈତୃକ ବାସଭବନକୁ ରୂପାନ୍ତର କରିବାର କାର୍ଯ୍ୟଭାର ଗ୍ରହଣ କରି ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।
The post ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.