ମହଙ୍ଗା ହେଲା ନିରାମିଷ ଖାଦ୍ୟଥାଳି

ଭୁବନେଶ୍ୱର,୭।୬(ଅନୁରାଧା ମହାରଣା): ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପନିପରିବା ମୂଲ୍ୟରେ ବୃଦ୍ଧି ହେତୁ ମେ ମାସରେ ନିରାମିଷ ଖାଦ୍ୟ ଥାଳି ମହଙ୍ଗା ହୋଇଛି। ୨୦୨୪ ମେ’ରେ ଭେଜ୍‌ ଥାଳିର ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ହୋଇ ୨୭.୮ ଟଙ୍କା ହୋଇଛି। ୨୦୨୩ ମେ’ରେ ଏହା ୨୫.୫ ଟଙ୍କା ଥିଲା। ରେଟିଂ ଏଜେନ୍ସି କ୍ରିସିଲ ଏହି ତଥ୍ୟ ପ୍ରକାଶ କରିଛି। ପ୍ରତ୍ୟେକ ମାସ ପରି ରେଟିଂ ଏଜେନ୍ସି ୨୦୨୪ ମେ’ମାସର ରୋଟି ରାଇସ୍‌ […] The post ମହଙ୍ଗା ହେଲା ନିରାମିଷ ଖାଦ୍ୟଥାଳି appeared first on Dharitri Odia News.

ମହଙ୍ଗା ହେଲା ନିରାମିଷ ଖାଦ୍ୟଥାଳି

ଭୁବନେଶ୍ୱର,୭।୬(ଅନୁରାଧା ମହାରଣା): ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପନିପରିବା ମୂଲ୍ୟରେ ବୃଦ୍ଧି ହେତୁ ମେ ମାସରେ ନିରାମିଷ ଖାଦ୍ୟ ଥାଳି ମହଙ୍ଗା ହୋଇଛି। ୨୦୨୪ ମେ’ରେ ଭେଜ୍‌ ଥାଳିର ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ହୋଇ ୨୭.୮ ଟଙ୍କା ହୋଇଛି। ୨୦୨୩ ମେ’ରେ ଏହା ୨୫.୫ ଟଙ୍କା ଥିଲା। ରେଟିଂ ଏଜେନ୍ସି କ୍ରିସିଲ ଏହି ତଥ୍ୟ ପ୍ରକାଶ କରିଛି। ପ୍ରତ୍ୟେକ ମାସ ପରି ରେଟିଂ ଏଜେନ୍ସି ୨୦୨୪ ମେ’ମାସର ରୋଟି ରାଇସ୍‌ ରେଟ୍‌ ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୪ ମେ’ରେ ନିରାମିଷ ଥାଳିି ୯% ମହଙ୍ଗା ହୋଇଛି। ଅନ୍ୟପଟେ ଆମିଷ ଖାଦ୍ୟ ଥାଳି ୭ % ହ୍ରାସ ହୋଇଥିବାରୁ ଆମିଷ ଖାଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

The post ମହଙ୍ଗା ହେଲା ନିରାମିଷ ଖାଦ୍ୟଥାଳି appeared first on Dharitri Odia News.