ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାପି ହୋଇ ଯୁବକ ମୃତ

ବୌଦ୍ଧ ୩୦/୦୩: ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ । ପଥର ତଳେ ଚାପି ହୋଇ ଯୁବକ ମୃତ । ଗ୍ରାମବାସୀଙ୍କ ସହ ମିଶି ରତ୍ନ ପଥର ସନ୍ଧାନ ବେଳେ ପଥର ପଡ଼ି ଯାଇଥିବା ସୂଚନା । ମୃତକ ବରଡା କଟା ଗ୍ରାମର ସୁଶାନ୍ତ ଝାଙ୍କର୍ । ଆଦର୍ଶ ଥାନା ପୋଲିସର ତଦନ୍ତ । ସୂଚନା ଥାଉକି, ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଘଟିଛି ଏହି ଅଘଟଣ । ଶୁକ୍ରବାର ଠାରୁ ପଥର ସନ୍ଧିରେ ଜଣେ ଶ୍ରମିକ ଫସିରହିଥିବା ଅଭିଯୋଗ ଥିଲା । ତେବେ ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ତାଙ୍କ ଉପରେ ଖସିପଡ଼ିଥିଲା । 

ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାପି ହୋଇ ଯୁବକ ମୃତ

ବୌଦ୍ଧ ୩୦/୦୩: ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ । ପଥର ତଳେ ଚାପି ହୋଇ ଯୁବକ ମୃତ । ଗ୍ରାମବାସୀଙ୍କ ସହ ମିଶି ରତ୍ନ ପଥର ସନ୍ଧାନ ବେଳେ ପଥର ପଡ଼ି ଯାଇଥିବା ସୂଚନା । ମୃତକ ବରଡା କଟା ଗ୍ରାମର ସୁଶାନ୍ତ ଝାଙ୍କର୍ । ଆଦର୍ଶ ଥାନା ପୋଲିସର ତଦନ୍ତ । 

ସୂଚନା ଥାଉକି, ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଘଟିଛି ଏହି ଅଘଟଣ । ଶୁକ୍ରବାର ଠାରୁ ପଥର ସନ୍ଧିରେ ଜଣେ ଶ୍ରମିକ ଫସିରହିଥିବା ଅଭିଯୋଗ ଥିଲା । ତେବେ ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ତାଙ୍କ ଉପରେ ଖସିପଡ଼ିଥିଲା ।