ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସେପଟେ, ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସିଏମ ଚେହେରାକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଧାୟକ ନିର୍ବାଚିତ ହେବେ ସେ ନିଷ୍ପତ୍ତି ନେବେ କିଏ ମୁଖ୍ୟମନ୍ତ୍ରୀ ହେବେ। ଅଜିତ ପାୱାର ଆହୁରି କହିଛନ୍ତି, ଆମେ କାମ କରିଛୁ। ଭବିଷ୍ୟତରେ ମଧ୍ୟ କାର୍ଯ୍ୟ ଜାରି ରଖିବୁ। ମହାୟୂତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ନିର୍ବାଚନରେ ଜିତିବ। ବିନୋଦ ତାୱଡେଙ୍କ ବିଷୟରେ […] The post ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ appeared first on Dharitri Odia News.

ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସେପଟେ, ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସିଏମ ଚେହେରାକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଧାୟକ ନିର୍ବାଚିତ ହେବେ ସେ ନିଷ୍ପତ୍ତି ନେବେ କିଏ ମୁଖ୍ୟମନ୍ତ୍ରୀ ହେବେ।

ଅଜିତ ପାୱାର ଆହୁରି କହିଛନ୍ତି, ଆମେ କାମ କରିଛୁ। ଭବିଷ୍ୟତରେ ମଧ୍ୟ କାର୍ଯ୍ୟ ଜାରି ରଖିବୁ। ମହାୟୂତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ନିର୍ବାଚନରେ ଜିତିବ।

ବିନୋଦ ତାୱଡେଙ୍କ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଲୋକ ସଭା ସମୟରେ ମଧ୍ୟ ଆମ ପରିବାର ସଦସ୍ୟ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଏବଂ ସମସ୍ତେ ଏହା ଦେଖିଛନ୍ତି। ମୁଁ ବାରାମତିିରେ ସମସ୍ତଙ୍କୁ ଭେଟିବାକୁ ଚେଷ୍ଟା କଲି। ମୁଁ ଆଶା କରୁଛି। ବାରାମତିିର ଲୋକମାନେ ମୋତେ ବିଜୟୀ କରିବେ ଏବଂ ଏ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବେ।

The post ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ appeared first on Dharitri Odia News.