ମହିଳା ନିର୍ଯାତନାକୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ, ୭ ଦିନରେ ଗଠନ ହେବ କମିଟି

ଭୁବନେଶ୍ୱର  ୨୪/୦୯: ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ମହିଳା ନିର୍ଯାତନା କୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ। ୭ ଦିନ ମଧ୍ୟରେ ଗଠନ କର ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ଯୌନ ନିର୍ଯାତନା ଘଟଣାରେ ଅଭିଯୋଗ ଦେବା ପାଇଁ ନାହିଁ କୌଣସି ବ୍ୟବସ୍ଥା। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଚଳିତ ମାସ ୩୦ ସୁଧା କମିଟି ଗଠନକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । "ସରକାରଙ୍କ ନଜରକୁ ଆସିଛି ଯେ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଆସୁଥିବା ଅନେକ ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ କୌଣସି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ। ଯାହା ଫଳରେ କର୍ମ ସ୍ଥଳରେ ମହିଳା କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ନିଜ କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ସେମାନଙ୍କ ଅଭିଯୋଗକୁ ସିଧାସଳଖ ଭାବରେ ସରକାରଙ୍କ ନଜରକୁ ଅଣାଯାଇଛି । ଯାହା ମହିଳା କର୍ମଚାରୀଙ୍କ ଅଭିଯୋଗର ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଛି" ବୋଲି କହିଛି ଉଚ୍ଚ ଶିକ୍ଷା ବିଭାଗ । ଆହୁରି କୁହାଯାଇଛି ଯେ, "ଏହାର ସମାଧାନ ପାଇଁ ଏକ କମିଟି ଗଠନ ହେବା ସହ ଯେଉଁ କଲେଜରେ କମିଟି ରହିଛି ତାହା ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା ଆଇନ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ମହ

ମହିଳା ନିର୍ଯାତନାକୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ, ୭ ଦିନରେ ଗଠନ ହେବ କମିଟି

ଭୁବନେଶ୍ୱର  ୨୪/୦୯: ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ମହିଳା ନିର୍ଯାତନା କୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ। ୭ ଦିନ ମଧ୍ୟରେ ଗଠନ କର ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ଯୌନ ନିର୍ଯାତନା ଘଟଣାରେ ଅଭିଯୋଗ ଦେବା ପାଇଁ ନାହିଁ କୌଣସି ବ୍ୟବସ୍ଥା। 

ଏନେଇ ଉଚ୍ଚ ଶିକ୍ଷା ବିଭାଗ ଚଳିତ ମାସ ୩୦ ସୁଧା କମିଟି ଗଠନକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । "ସରକାରଙ୍କ ନଜରକୁ ଆସିଛି ଯେ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଆସୁଥିବା ଅନେକ ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ କୌଣସି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ। 

ଯାହା ଫଳରେ କର୍ମ ସ୍ଥଳରେ ମହିଳା କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ନିଜ କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ସେମାନଙ୍କ ଅଭିଯୋଗକୁ ସିଧାସଳଖ ଭାବରେ ସରକାରଙ୍କ ନଜରକୁ ଅଣାଯାଇଛି । ଯାହା ମହିଳା କର୍ମଚାରୀଙ୍କ ଅଭିଯୋଗର ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଛି" ବୋଲି କହିଛି ଉଚ୍ଚ ଶିକ୍ଷା ବିଭାଗ । 

ଆହୁରି କୁହାଯାଇଛି ଯେ, "ଏହାର ସମାଧାନ ପାଇଁ ଏକ କମିଟି ଗଠନ ହେବା ସହ ଯେଉଁ କଲେଜରେ କମିଟି ରହିଛି ତାହା ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା ଆଇନ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ମହିଳା ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 


କେବଳ ଅଧ୍ୟାପକ ନୁହେଁ ଏପରିକି ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି କମିଟି ରେ ଅଭିଯୋଗ କରିପାରିବେ" ବୋଲି ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୧୬ ବିଶ୍ଵବିଦ୍ୟାଳୟ ସମେତ ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ୩୦ ତାରିଖ ସୁଦ୍ଧା କମିଟି ଗଠନ କରିବାକୁ ଉଚ୍ଚ ଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନା ଅନୁଯାୟୀ, ଉତ୍କଳ ବିଶ୍ଵବିଦ୍ୟାଳୟରେ ଜୈବିକ ଛାତ୍ରୀ ଙ୍କୁ ନିର୍ଯାତନା ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ହୋଇଥିଲା ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ। କେବଳ ଉତ୍କଳ ବିଶ୍ଵବିଦ୍ୟାଳୟ ନୁହେଁ ରାଜ୍ୟର ଅନେକ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି ଯେଉଁଠି କି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ। ତେବେ ବାରମ୍ବାର ଉଚ୍ଚ ଶିକ୍ଷା ବିଭାଗ ସମେତ ୟୁଜିସି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମିଟି କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନ ପଛ ଘୁଂଚା ଦେଉଛନ୍ତି। ତେବେ ଏନେଇ ଉଚ୍ଚ ଶିକ୍ଷା ବିଭାଗ ପୁଣିଥରେ କମିଟି ଗଠନ କରିବାକୁ କଡା ନିର୍ଦ୍ଦେଶ ଦେଇଛି।