ମା’ ମଙ୍ଗଳାଙ୍କ ଚଇତି ଯାତ୍ରାର ପ୍ରଥମ ମଙ୍ଗଳବାର, ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ
କୋଣାର୍କ ୨୬।୩: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ମା’ ମଙ୍ଗଳାଙ୍କ ଚଇତି ଯାତ୍ରାର ପ୍ରଥମ ଦିବସ । ଏହି ଦିନରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବ୍ରହ୍ମ ମୁହୂର୍ତ୍ତରୁ ମା’ଙ୍କ ଦ୍ୱାର ଫିଟାଯାଇ, ମଙ୍ଗଳଆଳତୀ, ସ୍ନାନ, ମାର୍ଜଣା, ମଇଲମ, ବେଶ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ଧାଡି ଦର୍ଶନରେ ଭକ୍ତ ଆସି ମା’ଙ୍କୁ ନିଜ ଚର୍ମ ଚକ୍ଷୁରେ ଦର୍ଶନ କରୁଛନ୍ତି ।କେବଳ ପୁରୀ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସି ଆଜି ମା’ଙ୍କ କୃପା ଭିକ୍ଷା କରିଛନ୍ତି । ଆଜି ମଧ୍ୟାହ୍ନରେ ମା’ଙ୍କ ମନ୍ଦିରରେ ସ୍ୱତନ୍ତ୍ର ନେତ୍ରଉତ୍ସବ ଅନୁଷ୍ଠିତ ହେବ । ମା’ଙ୍କ ନିକଟରେ ଯାଦବ ସମ୍ପ୍ରଦାୟ ଲୋକମାନେ ଲଉଡ଼ି ଖେଳ ଖେଳି ମନ୍ଦିର ପରିକ୍ରମା କରିବେ, ତା ପରେ ଧୋଜ ସ୍ଥାନର ମାର୍ଜନା କରାଯାଇ ମା’ଙ୍କ ନେତ୍ର ଲଗାଯିବ ବୋଲି ପୂଜାପଣ୍ଡା କହିଛନ୍ତି l ଆଜି ମନ୍ଦିରରେ ମହିଳା ମାନେ ବିଶେଷ କରି ପନ୍ଥେଇ ପୂଜା କରିଛନ୍ତି । ଧୂପ, ଦୀପ, ଫୁଲ, ପଣା ଦେଇ ନିଜ ନିଜ ପରିବାରର କଲ୍ୟାଣ ପାଇଁ ପନ୍ଥେଇରେ ମା’ ମଙ୍ଗଳାଙ୍କୁ ପୂଜା ସମର୍ପଣ କରିଛନ୍ତି lYou Can Read :ଦୋଳଯାତ୍ରା ଦେଖି ଫେରୁଥିବା ବେଳେ ଓଲଟିଲା ଅଟୋ : ଜଣେ ମୃତ, ୫ ଜଣ ଗୁରୁତର
କୋଣାର୍କ ୨୬।୩: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ମା’ ମଙ୍ଗଳାଙ୍କ ଚଇତି ଯାତ୍ରାର ପ୍ରଥମ ଦିବସ । ଏହି ଦିନରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବ୍ରହ୍ମ ମୁହୂର୍ତ୍ତରୁ ମା’ଙ୍କ ଦ୍ୱାର ଫିଟାଯାଇ, ମଙ୍ଗଳଆଳତୀ, ସ୍ନାନ, ମାର୍ଜଣା, ମଇଲମ, ବେଶ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ଧାଡି ଦର୍ଶନରେ ଭକ୍ତ ଆସି ମା’ଙ୍କୁ ନିଜ ଚର୍ମ ଚକ୍ଷୁରେ ଦର୍ଶନ କରୁଛନ୍ତି ।
କେବଳ ପୁରୀ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସି ଆଜି ମା’ଙ୍କ କୃପା ଭିକ୍ଷା କରିଛନ୍ତି । ଆଜି ମଧ୍ୟାହ୍ନରେ ମା’ଙ୍କ ମନ୍ଦିରରେ ସ୍ୱତନ୍ତ୍ର ନେତ୍ରଉତ୍ସବ ଅନୁଷ୍ଠିତ ହେବ । ମା’ଙ୍କ ନିକଟରେ ଯାଦବ ସମ୍ପ୍ରଦାୟ ଲୋକମାନେ ଲଉଡ଼ି ଖେଳ ଖେଳି ମନ୍ଦିର ପରିକ୍ରମା କରିବେ, ତା ପରେ ଧୋଜ ସ୍ଥାନର ମାର୍ଜନା କରାଯାଇ ମା’ଙ୍କ ନେତ୍ର ଲଗାଯିବ ବୋଲି ପୂଜାପଣ୍ଡା କହିଛନ୍ତି l ଆଜି ମନ୍ଦିରରେ ମହିଳା ମାନେ ବିଶେଷ କରି ପନ୍ଥେଇ ପୂଜା କରିଛନ୍ତି । ଧୂପ, ଦୀପ, ଫୁଲ, ପଣା ଦେଇ ନିଜ ନିଜ ପରିବାରର କଲ୍ୟାଣ ପାଇଁ ପନ୍ଥେଇରେ ମା’ ମଙ୍ଗଳାଙ୍କୁ ପୂଜା ସମର୍ପଣ କରିଛନ୍ତି l
You Can Read :
ଦୋଳଯାତ୍ରା ଦେଖି ଫେରୁଥିବା ବେଳେ ଓଲଟିଲା ଅଟୋ : ଜଣେ ମୃତ, ୫ ଜଣ ଗୁରୁତର