ମାଆ ତାରାତାରିଣୀଙ୍କ ମନ୍ଦିରରେ ଚୋରି ଘଟଣା, ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ
ଗଞ୍ଜାମ: ଗଞ୍ଜାମ ମାଆ ତାରାତାରିଣୀଙ୍କ ମନ୍ଦିରରେ ଚୋରି ଘଟଣାରେ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ । ପୂର୍ବତନ ମୁଖ୍ୟମନ୍ତ୍ରୀ... The post ମାଆ ତାରାତାରିଣୀଙ୍କ ମନ୍ଦିରରେ ଚୋରି ଘଟଣା, ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ appeared first on .
ଗଞ୍ଜାମ: ଗଞ୍ଜାମ ମାଆ ତାରାତାରିଣୀଙ୍କ ମନ୍ଦିରରେ ଚୋରି ଘଟଣାରେ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ମନ୍ଦିରରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିଛି । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଖଲ୍ଲିକୋଟର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ ମାଁଙ୍କ ମନ୍ଦିରରେ ପହଞ୍ଚିଥିଲେ । ପ୍ରଥମେ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ମା’ଙ୍କ କଣ ସବୁ ଅଳଙ୍କାର ଚୋରି ହୋଇଛି ସେ ନେଇ ସେବାୟତଙ୍କୁ ପଚାରି ବୁଝିଥିଲେ । ପୂର୍ବ ସରକାର ସମୟରେ ମା’ଙ୍କ ମନ୍ଦିରର ଉନ୍ନତିକରଣ ହୋଇଥିଲା । ଭକ୍ତ ଠାରୁ ଆରମ୍ଭ କରି ସେବାୟତ ମାନଙ୍କ ପାଇଁ ପୂର୍ବ ସରକାର ଅନେକ ସୁବିଧା କରିଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇପଡ଼ିଛି । ମାଙ୍କ ମନ୍ଦିରରେ ଆଲୋକିକରଣ ନଥିବା ବେଳେ ସିସିଟିଭି କ୍ୟାମେରା ମଧ୍ୟ କାମ କରୁନାହିଁ । ଏପରିକି ସୁରକ୍ଷା ବ୍ୟବସ୍ଥା ଢ଼ିଲା ଯୋଗୁଁ ଚୋର ମାନେ ସାହାସିକତାର ସହ ମା’ଙ୍କ ମନ୍ଦିରରେ ପ୍ରବେଶ କରି ଚୋରି କରିଛନ୍ତି । ତେଣୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ।
The post ମାଆ ତାରାତାରିଣୀଙ୍କ ମନ୍ଦିରରେ ଚୋରି ଘଟଣା, ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ appeared first on .