ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ…

ପୁରୀ,୧୩ା୪: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ଚିଲ ଥଣ୍ଟରେ ବାନା ପରି ଦିଶୁଥିବା କପଡ଼ା ଧରି ଉଡ଼ୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଭକ୍ତମାନେ ଭୟଭୀତ ହୋଇଯାଇଛନ୍ତି। ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଚୂନରା ସେବକମାନେ ନେତ ଲଗା କାର୍ଯ୍ୟ କରୁଥିବା ବେଳେ ଏକ ଚିଲ ଶ୍ରୀମନ୍ଦିର ନିକଟରେ ନେତ ପରି ଦେଖାଯାଉଥିବା କପଡ଼ା ଧରି ଉଡ଼ିଥିଲା। ଏହା ଦେଖି ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଚିଲ ଏକ ଅଶୁଭ ସଙ୍କେତ […] The post ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.

ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ…

ପୁରୀ,୧୩ା୪: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ଚିଲ ଥଣ୍ଟରେ ବାନା ପରି ଦିଶୁଥିବା କପଡ଼ା ଧରି ଉଡ଼ୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଭକ୍ତମାନେ ଭୟଭୀତ ହୋଇଯାଇଛନ୍ତି।

ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଚୂନରା ସେବକମାନେ ନେତ ଲଗା କାର୍ଯ୍ୟ କରୁଥିବା ବେଳେ ଏକ ଚିଲ ଶ୍ରୀମନ୍ଦିର ନିକଟରେ ନେତ ପରି ଦେଖାଯାଉଥିବା କପଡ଼ା ଧରି ଉଡ଼ିଥିଲା। ଏହା ଦେଖି ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଚିଲ ଏକ ଅଶୁଭ ସଙ୍କେତ ହୋଇଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। କିଛି ଲୋକ ଏହାକୁ ମହାବିପତ୍ତି ଆସୁଥିବା ମଧ୍ୟ ଭିଡିଓରେ କମେଣ୍ଟ ଦେଇଛନ୍ତି।

ଆଉ କିଛି ଲୋକ କହିଛନ୍ତି, ରାଜ୍ୟରେ ଯେବେ ବି ମହାବିପତ୍ତି ଆସେ କାଳିଆ ସାଆନ୍ତେ କିଛି ନା କିଛି ସତର୍କ ସଙ୍କେତ ଦେଇଥାନ୍ତି। ସେ ଯାହା ବି ହୋଇଥାଉନା କାହିଁକି ଏପରି ସଙ୍କେତ ବିଶ୍ୱ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି।

The post ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.