ମାଡି ଆସୁଛି ଅବପାତ…ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୪।୯ (ଅନୁରାଧା ମହାରଣା)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୮ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତିକରି ଗାଙ୍ଗେୟ ପଶ୍ଚମିବଙ୍ଗ, କୋଲକାତା, ବଙ୍କୁରା, ଜାମସେଦପୁର ଓ ରାଞ୍ଚତ୍ରେ କେନ୍ଦ୍ରୀଭୂତ ହୋଇଛି। ରବିବାର ଏହା ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଦିଗରେ ଗତି କରିବା ସହ ପଶ୍ଚିମ ଝାଡଖଣ୍ଡ ଓ ଉତ୍ତର ଛତିଗଡ଼ ଆଡ଼କୁ ଅଗ୍ରସର ହେବ। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର […] The post ମାଡି ଆସୁଛି ଅବପାତ…ପ୍ରବଳରୁ ଅତି ପ୍ରବଳ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୧୪।୯ (ଅନୁରାଧା ମହାରଣା)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୮ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତିକରି ଗାଙ୍ଗେୟ ପଶ୍ଚମିବଙ୍ଗ, କୋଲକାତା, ବଙ୍କୁରା, ଜାମସେଦପୁର ଓ ରାଞ୍ଚତ୍ରେ କେନ୍ଦ୍ରୀଭୂତ ହୋଇଛି। ରବିବାର ଏହା ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଦିଗରେ ଗତି କରିବା ସହ ପଶ୍ଚିମ ଝାଡଖଣ୍ଡ ଓ ଉତ୍ତର ଛତିଗଡ଼ ଆଡ଼କୁ ଅଗ୍ରସର ହେବ। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ରବିବାର ରାଜ୍ୟର ପ୍ରାୟ ସବୁ ଜିଲାରେ ବର୍ଷା ହେବାକୁ ଥିବାବେଳେ ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଆଦି ୩ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଅନୁଗୁଳ, ଢ଼େଙ୍କାନାଳ ଆଦି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ପ୍ରବଳବର୍ଷା ସମ୍ଭାବନା ଥିବା ଜିଲାଗୁଡ଼ିକ ମଧ୍ୟରେ ଦେବଗଡ଼, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଆଦି ଜିଲା ରହିଛି। ଅନ୍ୟପଟେ ଝାରସୁଗୁଡ଼ା, ବରଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ନୂଆପଡ଼ା, ବଲାଙ୍ଗୀର,କୋରାପୁଟ ଓ ମାଲକାନଗିରି ଜିଲାକୁ ବିଜୁଳି ଓ ଘଡ଼ଘଡ଼ି ଭୟ ରହିଛି। ଏହିସବୁ ଜିଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ଭାରି ବର୍ଷା ହୋଇପାରେ।
The post ମାଡି ଆସୁଛି ଅବପାତ…ପ୍ରବଳରୁ ଅତି ପ୍ରବଳ ବର୍ଷିବ appeared first on Dharitri Odia News.