ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ମାଣ୍ଡିପଙ୍କାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖାଯାଇଛି। ସେ ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ସମସ୍ତଙ୍କୁ ଚାଉଳ ଦିଆଯାଇଛି। ଏବେ କୌଣସି ଚାଉଳକୁ ନେଇ ସମସ୍ୟା ନ ଥିବା ଲୋକ ତାଙ୍କୁ ଜଣାଇଥିଲେ। ସେହିପରି ଲୋକଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ ଯୋଗାଇ ଦିଆଯିବାକୁ ବିଡିଓ ପ୍ରୀତିରଞ୍ଜନ ରଥ ଓ ଏପିଓ […] The post ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ appeared first on Dharitri Odia News.

ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ମାଣ୍ଡିପଙ୍କାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖାଯାଇଛି। ସେ ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ସମସ୍ତଙ୍କୁ ଚାଉଳ ଦିଆଯାଇଛି। ଏବେ କୌଣସି ଚାଉଳକୁ ନେଇ ସମସ୍ୟା ନ ଥିବା ଲୋକ ତାଙ୍କୁ ଜଣାଇଥିଲେ। ସେହିପରି ଲୋକଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ ଯୋଗାଇ ଦିଆଯିବାକୁ ବିଡିଓ ପ୍ରୀତିରଞ୍ଜନ ରଥ ଓ ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶ ଦେବା ସହ ମାଣ୍ଡିପଙ୍କା ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ରାସ୍ତା ଆଦିର କାର୍ଯ୍ୟ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଜିଲାପାଳ ସରାମୁଳି ପଞ୍ଚାୟତର ପଙ୍ଗାମାହା ସ୍କୁଲ ପରିଦର୍ଶନ ସହ ନାଗେଟି ଗ୍ରାମର କେନାଲ କାର୍ଯ୍ୟ ସମେତ ବିଭିନ୍ନ ପ୍ରକଳ୍ପକୁ ସେ ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ପ୍ରୀତିରଞ୍ଜନ ରଥ, ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କ ସମେତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

The post ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ appeared first on Dharitri Odia News.