‘ମାନବ ଚାଲାଣ ମଧ୍ୟସ୍ଥଙ୍କ ମୂଳୋତ୍ପାଟନ ଜରୁରୀ’
ପୁରୀ,୧୩ା୨( ଅଜିତ୍ କୁମାର ମହାନ୍ତି): ମାନବ ଚାଲାଣ ଏକ ଘୃଣ୍ୟ ଓ ଜଘନ୍ୟ ଆପରାଧିକ କାର୍ଯ୍ୟ। ଏହାକୁ ସାମୂହିକ ଉଦ୍ୟମ ଓ ସହଯୋଗ ଦ୍ୱାରା ପ୍ରତିହତ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବୁଧବାର ଅପରାହ୍ନରେ ପୁରୀ ଜିଲା ସଂସ୍କୃତି ଭବନରେ ଜାତୀୟ ମହିଳା କମିଶନ ଏବଂ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲୱେ ସୁରକ୍ଷା ବଳର ମିଳିତ ଆନୁକୂଲ୍ୟରେ ମାନବ ଚାଲାଣ ସମ୍ପର୍କରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଯୋଗଦେଇ […] The post ‘ମାନବ ଚାଲାଣ ମଧ୍ୟସ୍ଥଙ୍କ ମୂଳୋତ୍ପାଟନ ଜରୁରୀ’ appeared first on Dharitri Odia News.
ପୁରୀ,୧୩ା୨( ଅଜିତ୍ କୁମାର ମହାନ୍ତି): ମାନବ ଚାଲାଣ ଏକ ଘୃଣ୍ୟ ଓ ଜଘନ୍ୟ ଆପରାଧିକ କାର୍ଯ୍ୟ। ଏହାକୁ ସାମୂହିକ ଉଦ୍ୟମ ଓ ସହଯୋଗ ଦ୍ୱାରା ପ୍ରତିହତ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବୁଧବାର ଅପରାହ୍ନରେ ପୁରୀ ଜିଲା ସଂସ୍କୃତି ଭବନରେ ଜାତୀୟ ମହିଳା କମିଶନ ଏବଂ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲୱେ ସୁରକ୍ଷା ବଳର ମିଳିତ ଆନୁକୂଲ୍ୟରେ ମାନବ ଚାଲାଣ ସମ୍ପର୍କରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିବା ସହ କହିଛନ୍ତି, ମାନବ ଚାଲାଣ ରୋକିବାକୁ ଅର୍ଥ ବାଧକ ସାଜିବ ନାହିଁ। ରେଲୱେ ସୁରକ୍ଷା ବଳ, ଆରକ୍ଷୀ ବାହିନୀ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶିକ୍ଷା ବିଭାଗର ଲଗାତାର ମିଳିତ ସହଯୋଗରେ ମାନବ ଚାଲାଣକୁ ସମ୍ପୂର୍ଣ୍ଣ ବିଲୁପ୍ତ କରାଯାଇପାରିବ। ଗାଁର ଗରିବ, ଅସହାୟ ଓ ଅଶିକ୍ଷିତ ଲୋକେ କିଛି ଧୂର୍ତ୍ତ ମଧ୍ୟସ୍ଥିଙ୍କ ଠକାମିର ଶିକାର ହୋଇଥାନ୍ତି। ଏଥିପ୍ରତି ବିଭାଗଗୁଡିକ ନିରନ୍ତର ଦୃଷ୍ଟି ଦେବା ସହ ପ୍ରତ୍ୟେକ ବର୍ଷ ୩/୪ଟି ସଚେତନତା କର୍ମଶାଳା ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ଫଳରେ ମଧ୍ୟସ୍ଥମାନେ ଭୟ କରିବେ ଓ ସାଧାରଣ ଲୋକେ ସଚେତନ ହୋଇ ସାହସ ପାଇବେ। ଗତବର୍ଷ ରଥଯାତ୍ରାରେ ଗୋଟିଏ ବି ପିଲା ହଜି ନ ଥିବା ଆମ ସମସ୍ତଙ୍କ ମିଳିତ ଉଦ୍ୟମର ଫଳ। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆର୍ପିଏଫ୍ ମିଶି ଚଳିତ ବର୍ଷ ୮୧୯ ନାବାଳକ ଓ ୬୯ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ପୂର୍ବରୁ ଚାଲାଣ ହୋଇ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ପିଲାଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କର୍ମଶାଳାରେ ଅଧ୍ୟକ୍ଷତା କରି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା କେ. ରାହତକର କହିଛନ୍ତି, ମହିଳାଙ୍କୁ ନିରାପତ୍ତା ଓ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ମହିଳା କମିଶନ କାର୍ଯ୍ୟ କରୁଛି। କୌଣସି ସ୍ତରରେ ବି ଚୁପ ନ ରହି ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ତୁଣ୍ଡ ଖୋଲିବାକୁ ସେ ଅନୁରୋଧ କରିଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନବ ଚାଲାଣ ବିରୋଧୀ ଅଭିଯାନର ଜଣେ ଜଣେ ଆମ୍ବାସାଡାର। ୨୦୧୮ରୁ ମୁମ୍ବାଇରେ ମାନବ ଚାଲାଣର ବିଲୋପ ପାଇଁ ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ୨୫ଟି କର୍ମଶାଳା ମହିଳା କମିଶନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। ମାନବ ଚାଲାଣରେ କେବଳ ଗୋଟିଏ ଜୀବନ ନଷ୍ଟ ହୁଏ ନାହିଁ, ସ୍ବପ୍ନ ସହ ପରିବାର ମଧ୍ୟ ଭୁଶୁଡ଼ିପଡ଼େ ବୋଲି କହିବା ସହ ଏହାର ନିରାକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଇଷ୍ଟକୋଷ୍ଟ ରେଲୱେ ଆଇଜି ଆଲୋକ ଭୋରା କହିଥିଲେ ଏହା ଏକ ସମ୍ବେଦନଶୀଳ ସମସ୍ୟା। ମିଳିତ ଉଦ୍ୟମ ଦ୍ୱାରା ଏହାର ସମାଧାନ ପାଇଁ ସେ ଅନୁରୋଧ କରିଥିଲେ। ଏସ୍ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ କର୍ମଶାଳାରେ ଉପସ୍ଥିତ ଥିଲେ। ସିନିୟର ଡିଏସ୍ସି ମିଥୁନ ସୋନି ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଷୟ ବିଶାରଦ ଭାବେ ଏଡିଜି ଅରୁଣ ବୋଥ୍ରା, ବରିଷ୍ଠ ପରାମର୍ଶଦାତା ନିଶିତ ଦୁବେ ଓ ଗୌରବ ଗିଲ ପ୍ରମୁଖ ମାନବ ଚାଲାଣର ପ୍ରକ୍ରିୟା, ସମ୍ପୃକ୍ତ ରହୁଥିବା ବ୍ୟକ୍ତି ଚରିତ୍ର, ପ୍ରତିହତର ପ୍ରକ୍ରିୟା, ଅଧିକାରୀ କର୍ମଚାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।
The post ‘ମାନବ ଚାଲାଣ ମଧ୍ୟସ୍ଥଙ୍କ ମୂଳୋତ୍ପାଟନ ଜରୁରୀ’ appeared first on Dharitri Odia News.