ମାସକ ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିରକୁ ୨୫ କୋଟି ଟଙ୍କା ଦାନ
ଅଯୋଧ୍ୟା: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମନ୍ଦିର ପ୍ରତିଷ୍ଠା ହେବାଠାରୁ ମାସକ ମଧ୍ୟରେ ମନ୍ଦିରକୁ ପ୍ରତ୍ୟକ୍ଷ ଭାବେ ୨୫ କୋଟି ଟଙ୍କାର ଦାନ ମିଳିଛି। ଦାନରେ ୨୫ କିଲୋଗ୍ରାମ ସୁନା ଓ ରୁପା ଅଳଙ୍କାର ରହିଛି। ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ପ୍ରକାଶ ଗୁପ୍ତା କହିଛନ୍ତି , ଏଥିରେ ଚେକ୍, ଡ୍ରାଫ୍ଟ, ନଗଦ ଟଙ୍କା, ସୁନା-ରୁପା ଅଳଙ୍କାର ଆଦି ରହିଛି। ଦାନରେ ମିଳୁଥିବା ନଗଦ ଟଙ୍କା ଗଣିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ […]

ଅଯୋଧ୍ୟା: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମନ୍ଦିର ପ୍ରତିଷ୍ଠା ହେବାଠାରୁ ମାସକ ମଧ୍ୟରେ ମନ୍ଦିରକୁ ପ୍ରତ୍ୟକ୍ଷ ଭାବେ ୨୫ କୋଟି ଟଙ୍କାର ଦାନ ମିଳିଛି। ଦାନରେ ୨୫ କିଲୋଗ୍ରାମ ସୁନା ଓ ରୁପା ଅଳଙ୍କାର ରହିଛି। ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ପ୍ରକାଶ ଗୁପ୍ତା କହିଛନ୍ତି , ଏଥିରେ ଚେକ୍, ଡ୍ରାଫ୍ଟ, ନଗଦ ଟଙ୍କା, ସୁନା-ରୁପା ଅଳଙ୍କାର ଆଦି ରହିଛି। ଦାନରେ ମିଳୁଥିବା ନଗଦ ଟଙ୍କା ଗଣିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ମେସିନ୍ ଲଗାଯାଇଛି। ତେବେ ଅନ୍ଲାଇନରେ ଟ୍ରଷ୍ଟର ବ୍ୟାଙ୍କ ଖାତାରେ କେତେ ଟଙ୍କା ଜମାହୋଇଛି ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଜାନୁଆରୀ ୨୨ରୁ ଫେବ୍ରୁଆରୀ ୨୫ ତାରିଖ ମଧ୍ୟରେ ରାମମନ୍ଦିରକୁ ୬୦ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଛି। ରାମ ନବମୀ ପାଇଁ ବିଶାଳ ଆୟୋଜନ ହେଉଛି। ୫୦ ଲକ୍ଷ ଭକ୍ତଙ୍କର ସମାଗମ ହେବାର ସମ୍ଭାବନା ରହିଛି।