ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍, ନିଯୁକ୍ତି ହେବେ ୨ ହଜାର ଟ୍ରାଫିକ ପୋଲିସ

ଭୁବନେଶ୍ୱର ୦୪।୦୧ : ସଡ଼କ ସୁରକ୍ଷା ମାସର ଉଦ୍‌ଘାଟନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ନେଇ ବସ୍‌ରେ ଲାଗିବ ଇଲୋକ୍ଟ୍ରୋନିକ୍ସ ସ୍ମାର୍ଟ ଡିଭାଇସ୍‌ । ଏହି ଡିଭାଇସ୍‌ ଲଗାଇବା ପାଇଁ ଘରୋଇ ବସ୍‌ ମାଲିକମାନଙ୍କୁ ସହାୟତା ଦେବେ ରାଜ୍ୟ ସରକାର । ସେହିପରି ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ରାଜ୍ୟ ସରକାର । ୨ ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫୦୦ ଜଣ ନିଯୁକ୍ତି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,  ମେୟର ସୁଲୋଚନା ଦାସ ବିଧାୟକ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂ , ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।  

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍, ନିଯୁକ୍ତି ହେବେ ୨ ହଜାର ଟ୍ରାଫିକ ପୋଲିସ

ଭୁବନେଶ୍ୱର ୦୪।୦୧ : ସଡ଼କ ସୁରକ୍ଷା ମାସର ଉଦ୍‌ଘାଟନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ନେଇ ବସ୍‌ରେ ଲାଗିବ ଇଲୋକ୍ଟ୍ରୋନିକ୍ସ ସ୍ମାର୍ଟ ଡିଭାଇସ୍‌ । ଏହି ଡିଭାଇସ୍‌ ଲଗାଇବା ପାଇଁ ଘରୋଇ ବସ୍‌ ମାଲିକମାନଙ୍କୁ ସହାୟତା ଦେବେ ରାଜ୍ୟ ସରକାର । 

ସେହିପରି ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ରାଜ୍ୟ ସରକାର । ୨ ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫୦୦ ଜଣ ନିଯୁକ୍ତି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,  ମେୟର ସୁଲୋଚନା ଦାସ ବିଧାୟକ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂ , ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।