ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା, ନିଜର ଦୈନନ୍ଦିନ ଖାଦ୍ୟ ଠିକ୍‌ ସମୟରେ ଖାଆନ୍ତୁ। ତା’ ସହ ଠିକ୍‌ ସମୟରେ ପାଣି ପିଅନ୍ତୁ। ଯଦି ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଲା, ତେବେ ତାହା ମୁଣ୍ଡ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂରେଇ ରଖିଥାଏ। ଆଉ ଏକ କଥା ହେଲା ଶୋଇବା। ପ୍ରତିଦିନ ରାତିରେ ୭-୮ ଘଣ୍ଟା […] The post ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.

ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା, ନିଜର ଦୈନନ୍ଦିନ ଖାଦ୍ୟ ଠିକ୍‌ ସମୟରେ ଖାଆନ୍ତୁ। ତା’ ସହ ଠିକ୍‌ ସମୟରେ ପାଣି ପିଅନ୍ତୁ। ଯଦି ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଲା, ତେବେ ତାହା ମୁଣ୍ଡ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂରେଇ ରଖିଥାଏ। ଆଉ ଏକ କଥା ହେଲା ଶୋଇବା। ପ୍ରତିଦିନ ରାତିରେ ୭-୮ ଘଣ୍ଟା ଶୁଅନ୍ତୁ। ଭଲ ନିଦ ହେବା ପାଇଁ ଶୋଇବା ପୂର୍ବରୁ ଭଲ ଭାବରେ ଗୋଡ଼, ହାତ ଏବଂ ମୁହଁ ଧୁଅନ୍ତୁ। ଯଦି ସବୁବେଳେ ନିଦ ଭଲ ହେଲା, ତେବେ ମୁଣ୍ଡ ବିନ୍ଧା ସମସ୍ୟା ଦେଖାଯିବାର ଆଶଙ୍କା କମ୍‌ ଥାଏ। ଏହାର ଆଉ ଏକ ସହଜ ଉପାୟ ରହିଛି। ବାସ୍‌, ପ୍ରତିଦିନ କିଛି ସମୟ ଯୋଗ କରନ୍ତୁ। ଏଥିରୁ ମାନସିକ ଶାନ୍ତି ମିଳିବା ସହ ମୁଣ୍ଡ ବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ସବୁଠାରୁ ବଡ଼ କଥା ହେଲା ନିଜକୁ ଚିନ୍ତାଠାରୁ ଦୂରେଇ ରଖନ୍ତୁ। ସବୁବେଳେ ଯଦି ଚିନ୍ତାଗ୍ରସ୍ତ ରହିଲେ, ତେବେ ତାହା ମୁଣ୍ଡ ବିନ୍ଧାର ଅନ୍ୟତମ କାରଣ ସାଜିଥାଏ। ଅଦା ମିଶ୍ରିତ ଚା’ ମୁଣ୍ଡ ବିନ୍ଧାରୁ କେତେକାଂଶରେ ଉପଶମ ଦେଇଥାଏ। ମୁଣ୍ଡ ବିନ୍ଧା ପାଇଁ ମନକୁ ମନ ସବୁବେଳେ ପେନ୍‌ କିଲର ଖାଆନ୍ତୁ ନାହିଁ। ଯଦି ଏହି ସମସ୍ୟା ଲାଗି ରହୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।

The post ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.