ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ୍ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ

ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ । ବୋମା ବିସ୍ଫୋରଣରେ ଉଡ଼ାଇବାକୁ ଧମକ ମିଳିଛି । ମୁମ୍ବାଇ ଏୟାରପୋର୍ଟ ପୋଲିସକୁ ଇମେଲ ଜରିଆରେ ମେସେଜ ମିଳିଛି । ଧମକ ମିଳିବା ପରେ ପୋଲିସ ହାଇ ଆଲର୍ଟରେ ରହି ସମସ୍ତ ସ୍ଥାନକୁ ତଲାସୀ କରୁଛି । ଇମେଲରେ କୁହାଯାଇଛି କି, ତାଜ ହୋଟେଲ ଏବଂ ମୁମ୍ବାଇ ଏୟାରପୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ମେଲରେ ଆତଙ୍କୀ ଅଫଜଲ ଗୁରୁ […] The post ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ୍ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ appeared first on KNews Odisha.

ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ୍ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ
mumbai

ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ । ବୋମା ବିସ୍ଫୋରଣରେ ଉଡ଼ାଇବାକୁ ଧମକ ମିଳିଛି । ମୁମ୍ବାଇ ଏୟାରପୋର୍ଟ ପୋଲିସକୁ ଇମେଲ ଜରିଆରେ ମେସେଜ ମିଳିଛି । ଧମକ ମିଳିବା ପରେ ପୋଲିସ ହାଇ ଆଲର୍ଟରେ ରହି ସମସ୍ତ ସ୍ଥାନକୁ ତଲାସୀ କରୁଛି ।

ଇମେଲରେ କୁହାଯାଇଛି କି, ତାଜ ହୋଟେଲ ଏବଂ ମୁମ୍ବାଇ ଏୟାରପୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ମେଲରେ ଆତଙ୍କୀ ଅଫଜଲ ଗୁରୁ ଏବଂ ସେବକ୍କୁ ଶଙ୍କରକୁ ଅନ୍ୟାୟ ଭାବେ ଦଣ୍ଡ ମିଳିଥିବା ନେଇ ଧମକ ମିଳିଛି । ମେଲ୍ କରିଥିବା ଅଭିଯୁକ୍ତକୁ ଟ୍ରାକ କରିବା ପାଇଁ ପୋଲିସ ଚେଷ୍ଟା କରୁଛି । ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି ।

ତେବେ ଏହାପୂର୍ବରୁ ମୁମ୍ବାଇ ଏୟାରପୋର୍ଟରୁ ଆଇଏସଆଇଏସ ପୁଣେ ସ୍ଲିପର ମଡ୍ୟୁଲ୍ସ କେସରେ ଫେରାର ଥିବା ୨ ଆତଙ୍କୀକୁ ଗିରଫ କରାଯାଇଥିଲା । ଏନଆଇଏ ୨୦୨୩ ପୁଣେ ଆଇଇଡି ବିସ୍ଫୋରକ ତିଆରି କରୁଥିବା ମାମଲାରେ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ ଫେରାର ଆତଙ୍କୀକୁ ଏୟାରପୋର୍ଟରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହାର ଯବାବରେ ଭାରତ ଅପରେସନ ସିନ୍ଦୂର କରି ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିରକୁ ଧ୍ବଂସ କରିଥିଲା । ଏହି ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚିଛି । ତେବେ ଏହାରି ମଧ୍ୟରେ ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ ଚର୍ଚ୍ଚାରେ ରହିଛି ।

Also Read : ବଢିଲା ପାକିସ୍ତାନର ଟେନସନ୍, ଭାରତକୁ ସମର୍ଥନ କଲା ଆଫଗାନିସ୍ତାନ

The post ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ୍ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ appeared first on KNews Odisha.