ମେଟ୍ରୋ ଏବଂ ବୁଲେଟ ଟ୍ରେନ ପରେ ଏବେ ଦେଶରେ ଚାଲିବ ଏୟାର ଟ୍ରେନ

ନୂଆଦିଲ୍ଲୀ: ମେଟ୍ରୋ ଏବଂ ବୁଲେଟ ଟ୍ରେନ ପରେ ଏବେ ଦେଶରେ ଚାଲିବ ଏୟାର ଟ୍ରେନ। ଏହି ସିଷ୍ଟମ ଦ୍ୱାରା ଏୟାରପୋର୍ଟ ଟର୍ମିନାଲ୍ସ, ପାର୍କିଂ ଏବଂ ଅନ୍ୟାନ୍ୟ ପ୍ରକାର ଯୋଗାଯୋଗ ନିରବଚ୍ଛିନ୍ନ ଭାବରେ ହୋଇପାରିବ। ଏହାଦ୍ୱାରା ଏୟାରପୋର୍ଟର ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ଯିବାକୁ ଲାଗୁଥିବା ସମୟ କମିଯିବ। ଆଉ ଯାତ୍ରୀଙ୍କ ପାଇଁ ଖୁବ୍ ସହଜ ଓ ସରଳ ହେବ।ପ୍ରାରମ୍ଭିକ ପର୍ଯ୍ୟାରେ ଦେଶର ପ୍ରଥମ ଏୟାର ଟ୍ରେନ୍ ସିଷ୍ଟମ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରେ ଆରମ୍ଭ ହେବ। ଏହାକୁ ଅଟୋମେଟେଡ ପିପୁଲ ମୁଭର ବୋଲି ମଧ୍ୟ କୁହାଯାଏ। ଏହି ସିଷ୍ଟମ ଦ୍ୱାରା ଏୟାରପୋର୍ଟ ଟର୍ମିନାଲ୍ସ, ପାର୍କିଂ ଏବଂ ଅନ୍ୟାନ୍ୟ ପ୍ରକାର ଯୋଗାଯୋଗ ନିରବଚ୍ଛିନ୍ନ ଭାବରେ ହୋଇପାରିବ। ଏୟାରପୋର୍ଟର ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ଯିବା ପାଇଁ ଲାଗୁଥିବା ସମୟ କମିବ। ଏହା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲର ୧, ୨, ୩, ଏରୋସିଟି ଏବଂ କାର୍ଗୋ ସିଟିକୁ ଯୋଡ଼ିବ। ସମୁଦାୟ ୭.୭ କିମି ପର୍ଯ୍ୟନ୍ତ ଏୟାର ଟ୍ରେନ୍ ଚାଲିବ। ଏଥିରେ ଚାରିଟି ଷ୍ଟେସନ ରହିବ। ବର୍ତ୍ତମାନ ଏୟାରପୋର୍ଟରେ ୟାତାୟତ ପାଇଁ ଡିଟିସି ବସ୍‌ ସେବା ଚାଲୁଛି। ଏୟାର ଟ୍ରେନ୍ ଚାଲିଲେ ଆହୁରି ସୁବିଧା ହେବ। ଏହି ପ୍ରୋଜେକ୍ଟ ପାଇଁ ୨ ହଜାର କୋଟି ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ଦିଲ୍ଲୀ ଇଣ୍ଟରନାସନାଲ ଏୟାରପୋର୍ଟ ଲିମିଟ

ମେଟ୍ରୋ ଏବଂ ବୁଲେଟ ଟ୍ରେନ ପରେ ଏବେ ଦେଶରେ ଚାଲିବ ଏୟାର ଟ୍ରେନ

ନୂଆଦିଲ୍ଲୀ: ମେଟ୍ରୋ ଏବଂ ବୁଲେଟ ଟ୍ରେନ ପରେ ଏବେ ଦେଶରେ ଚାଲିବ ଏୟାର ଟ୍ରେନ। ଏହି ସିଷ୍ଟମ ଦ୍ୱାରା ଏୟାରପୋର୍ଟ ଟର୍ମିନାଲ୍ସ, ପାର୍କିଂ ଏବଂ ଅନ୍ୟାନ୍ୟ ପ୍ରକାର ଯୋଗାଯୋଗ ନିରବଚ୍ଛିନ୍ନ ଭାବରେ ହୋଇପାରିବ। ଏହାଦ୍ୱାରା ଏୟାରପୋର୍ଟର ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ଯିବାକୁ ଲାଗୁଥିବା ସମୟ କମିଯିବ। ଆଉ ଯାତ୍ରୀଙ୍କ ପାଇଁ ଖୁବ୍ ସହଜ ଓ ସରଳ ହେବ।

ପ୍ରାରମ୍ଭିକ ପର୍ଯ୍ୟାରେ ଦେଶର ପ୍ରଥମ ଏୟାର ଟ୍ରେନ୍ ସିଷ୍ଟମ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରେ ଆରମ୍ଭ ହେବ। ଏହାକୁ ଅଟୋମେଟେଡ ପିପୁଲ ମୁଭର ବୋଲି ମଧ୍ୟ କୁହାଯାଏ। ଏହି ସିଷ୍ଟମ ଦ୍ୱାରା ଏୟାରପୋର୍ଟ ଟର୍ମିନାଲ୍ସ, ପାର୍କିଂ ଏବଂ ଅନ୍ୟାନ୍ୟ ପ୍ରକାର ଯୋଗାଯୋଗ ନିରବଚ୍ଛିନ୍ନ ଭାବରେ ହୋଇପାରିବ। ଏୟାରପୋର୍ଟର ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ଯିବା ପାଇଁ ଲାଗୁଥିବା ସମୟ କମିବ। ଏହା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲର ୧, ୨, ୩, ଏରୋସିଟି ଏବଂ କାର୍ଗୋ ସିଟିକୁ ଯୋଡ଼ିବ। ସମୁଦାୟ ୭.୭ କିମି ପର୍ଯ୍ୟନ୍ତ ଏୟାର ଟ୍ରେନ୍ ଚାଲିବ। ଏଥିରେ ଚାରିଟି ଷ୍ଟେସନ ରହିବ। ବର୍ତ୍ତମାନ ଏୟାରପୋର୍ଟରେ ୟାତାୟତ ପାଇଁ ଡିଟିସି ବସ୍‌ ସେବା ଚାଲୁଛି। ଏୟାର ଟ୍ରେନ୍ ଚାଲିଲେ ଆହୁରି ସୁବିଧା ହେବ। 

ଏହି ପ୍ରୋଜେକ୍ଟ ପାଇଁ ୨ ହଜାର କୋଟି ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ଦିଲ୍ଲୀ ଇଣ୍ଟରନାସନାଲ ଏୟାରପୋର୍ଟ ଲିମିଟେଡ (DIAL) ଏନେଇ ଟେଣ୍ଡର ଆହ୍ୱାନ କରିଛି। ୨୦୨୭ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ଦେଶର ସବୁଠୁ ବ୍ୟସ୍ତ ବହୁଳ ବିମାନ ବନ୍ଦର। ଏଠାରୁ ବାର୍ଷିକ ପ୍ରାୟ ୭ କୋଟି ପାସେଞ୍ଜର ଯାତ୍ରା କରନ୍ତି। ତେବେ ଆସନ୍ତା ୭ ବର୍ଷ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ଦୁଇଗୁଣା ହେବ ବୋଲି ଆକଳନ କରାଯାଉଛି। ଏମିତିରେ ଏୟାରଟ୍ରେନ ଯାତ୍ରୀଙ୍କ ପାଇଁ ଖୁବ୍ ସୁବିଧା ଆଣିଦେବ।