ମୋ’ ବସ୍‌ ଦୁର୍ଘଟଣା: ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଜିଲା ପ୍ରଶାସନ

ଭୁବନେଶ୍ୱର,୬ା୪: ଖୋର୍ଦ୍ଧା ଜିଲାର ପିତାପଲି ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ଏବଂ ଉଚ୍ଚ ଚିକିତ୍ସା ଆବଶ୍ୟକ କରୁଥିବା ୬ ଗୁରୁତରଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯେଉଁମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଇଥିଲେ ସେମାନଙ୍କୁ […] The post ମୋ’ ବସ୍‌ ଦୁର୍ଘଟଣା: ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଜିଲା ପ୍ରଶାସନ appeared first on Dharitri Odia News.

ମୋ’ ବସ୍‌ ଦୁର୍ଘଟଣା: ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଜିଲା ପ୍ରଶାସନ

ଭୁବନେଶ୍ୱର,୬ା୪: ଖୋର୍ଦ୍ଧା ଜିଲାର ପିତାପଲି ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ଏବଂ ଉଚ୍ଚ ଚିକିତ୍ସା ଆବଶ୍ୟକ କରୁଥିବା ୬ ଗୁରୁତରଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯେଉଁମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଇଥିଲେ ସେମାନଙ୍କୁ ଜିଲା ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି। ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ। ଆହତଙ୍କ ସହ ଯୋଗାଯୋଗ କରିବାକୁ ସିଡିଏମଓ ଏବଂ ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ବରିଷ୍ଠ ଅଧିକାରୀମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଅବସ୍ଥା ପଚାରି ବୁଝିଛନ୍ତି।

The post ମୋ’ ବସ୍‌ ଦୁର୍ଘଟଣା: ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଜିଲା ପ୍ରଶାସନ appeared first on Dharitri Odia News.